STORYMIRROR

Sudeepta Suchismita Jena

Inspirational Others Children

3  

Sudeepta Suchismita Jena

Inspirational Others Children

ନମନ ଗୁରୁ ପାଦତଳେ

ନମନ ଗୁରୁ ପାଦତଳେ

1 min
466

ରକତ ପିଣ୍ଡୁଳାକୁ ଗରଭେ ଧରି

ଦେହର ଯନ୍ତ୍ରଣାକୁ ଦେହରେ ମାରି

ଜୀବଦାନ ଦେଇ ମୋତେ ଧରାକୁ ଆଣିି

ହାତଧରି ଚାଲିି ଶିଖାଇଛୁ କହି କେତେ କାହାଣୀ

ବୋଉ ବୋଲି ଜାଣେ ତୋତେ ସାରା ଜଗତ

ପ୍ରଥମ ଗୁରୁ ତୁୁ ମୋର ତୋ ପାଦେ ନତମସ୍ତକ।


ସଂସାରର ଭାରକୁ ମୁଣ୍ଡରେ ବୋହି

ମିଠାକଥା କହିି ମୋତେ କାନ୍ଧରେ ନେଇ

ଜୀବନରେ ଉଚ୍ଚ ହେବା ପାଇଁ ଦେଇ କେତେ ପ୍ରେରଣା

ମାଗିବା ଆଗରୁ ପୂରା କରିଚ ସବୁୁ ମନୋକାମନା

ବାପା ବୋଲି ଜାଣେ ତୁମକୁ ସାରା ଜଗତ

ଆଦ୍ୟ ଗୁରୁ ତୁମେ ମୋର ଘେନ ପ୍ରଣିପାତ।


ମିଳିମିଶି ଚଳିବା ହେଉ ଅବା ଖେଳକୁଦ

ଜୀବନର ପ୍ରଥମ ସୋପାନ ହେଉ ଅବା ଆମ ପୂୂଜାପରବ

ସବୁକିଛିିିିିି ଶିଖିଛି ଆମ ଯୌଥ ପରିବାରରୁୁ

ତୁମେସବୁ ଗୁୁରୁ ମୋର 

ଵନ୍ଦନା କରୁଛି ହୃଦୟ କନ୍ଦରୁ ।


ଖୁଦୁରୁକୁଣୀ ହେଉ ଅବା ହେଉ ଗଣେଶ ପୂଜା

ସାହିପଡିଶା ନଥିଲେ ତାହାର କି ମଜା

ପରୋପକାର କରିବା ସୁଖଦୁଃଖ ଵାଣ୍ଟିବା

ମୋ ଗାଁରୁ ମୁଁ ଶିଖିଛି

ତୁମେ ସବୁ ଗୁରୁ ମୋର ପ୍ରଣାମ କରୁଛି।


ସିଲଟ ଖଡ଼ ଧରି ପାଦ ଦେଲି ବିଦ୍ୟା ମନ୍ଦିରରେ

ଗୁରୁବ୍ରହ୍ମା ଗୁରୁ ବିଷ୍ଣ ଗୁୁୁରୁ ମହେଶ୍ୱର ପାଇଲି ସେଠାରେ

ସେହି ଗୁୁରୁକଂ ପାଦରେ ମୋର କୋଟି କୋଟି ପ୍ରଣାମ

ଜୀବନର ବିଦ୍ୟାଗୁରୁ ଶିକ୍ଷା ର ପ୍ରଥମ ସୋପାନ।


ସେହି ଠାରୁ ଆରମ୍ଭିଲା ମୋର ବିିଦ୍ୟାଯାତ୍ରା

ଅଗଣିତ ଗୁରୁ୍କଂର କଲି ଆଶ୍ରୀର୍ବଦ ଭିକ୍ଷ।


ବିବାହ କରି ଯେବେ ମୋ ନୂଆ ଘର କୁ ଆସିଲି

ସମସ୍ତକଂଠାରୁ କିଛି ଶିକ୍ଷା ମୁଁ ପାଇଲି ।


ବିିଦ୍ୟା ଗ୍ରହଣର କିଛି ସମାପ୍ତି ନ ଥାଏ

ପଶୁ ପକ୍ଷ୍ଷୀ ଠାରୁ ମଧ୍ୟ ଶିକ୍ଷା ମିିଳିଥାଏ।


ଅନ୍ଧାରକୁ ଦୂୂର କରେ ଶିକ୍ଷା ର ଆଲୋକ

ଶିକ୍ଷା ବିନା ଜୀବନଟା ହୁଏ ନିରର୍ଥକ।


ଗୁରୁକଂ ପ୍ରେରଣା ଭଲ ମଣିଷଟେ ଗଢେ

ଜୀବନ ରଥରେ ସାରଥି ଶିକ୍ଷା ସଂସାର ସଜାଡେ।


ଜୀବନରେ ଶିକ୍ଷାର ରହିଛି ଅନେକ ଗୁରୁତ୍ୱ

ସର୍ବପଲ୍ଲ୍ଲୀ ରାଧାକୃଷ୍ଣ ବୁଝିଥିଲେ ଶିକ୍ଷାର ମହତ୍ୱ।


ତାଙ୍କ ଜନମ ଦିନ କୁ ଆସ ଖୁୁସିରେ ପାଳିବା

ସବୁ ଗୁରୁକଂ ପାଦେ ପ୍ରଣତି ଢାଳିବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational