STORYMIRROR

Sudeepta Suchismita Jena

Others

4  

Sudeepta Suchismita Jena

Others

ଆହେ ଚକାଆଖି

ଆହେ ଚକାଆଖି

1 min
17

ଭାବ ବିନୋଦିଆ ନିଳାଚଳିଆରେ

          ଘର ତୋର ଶ୍ରୀକ୍ଷେତ୍ରରେ

ସକାଳ ଧୂପରେ ଦେଖେ ତୋତେ ମୁଁହି

       ଦେଖେ ସନ୍ଧ୍ୟା ସଳିତାରେ।

 ମହ ମହ ବାସେ କସ୍ତୁରୀ ଚନ୍ଦନ 

       ତୋର ଭାବ ମନ୍ଦିରରେ

ଅଲୌକିକ ତୋର କରୁଣା ଜଗାରେ

       କି ଲେଖିବି କାଗଜରେ ।

ମନଭରି ତୋର ଦିବ୍ୟ ଅନୁଭବ

        ସାଉଁଟିବି କାଳିଆ ରେ

ପରିକ୍ରମା କରି ତୋର ଶ୍ରୀମନ୍ଦିର

     ଧନ୍ୟ ହେବ ଜୀବନରେ ।

ତୁହି ଦୀନବନ୍ଧୁ ତୁହି କୃପାସିନ୍ଧୁ

       ତୁହି ଜଗବନ୍ଧୁ ଠାକୁରରେ

ବାରମାସେ ତୋର ତେର ଯାତ ହୁଏ

      ଆହେ ନୀଳାଚଳିଆରେ।

ଳୀଳାମୟ ମୋର କୋଠ ଭୋଗଖିଆ

     ତୋ କରୁଣା ବରଶୁରେ

ଏ ଜୀବନ ଯାଉ ତୋର ସିଂହଦ୍ୱାରେ

     ତୋର ନାମ ଜପି ଜପି ରେ।

ମନ ଭରି କରି ଦେଖିବ ଜଗତ

       ତୋର ନେତ ବନ୍ଧା ପରବ

ଥକ୍କା ମେଣ୍ଟାଇବି ତୋର ଚାରି ପାଶେ

     ଦେଖି ଓଡ଼ିଶାର ଭାସ୍କର୍ଯ୍ୟ ।

ଜଗତ ମଂଗଳ କର ଚକାଡୋଳା

         ଭାଇ ଭଉଣୀ କୁ ଧରି

ଧର୍ମ ବିରାଜୁ ଏହି ଧରିତ୍ରୀରେ

        ତୋର ଦିବ୍ୟ ନାମ ସ୍ମରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍