STORYMIRROR

Sudeepta Suchismita Jena

Others

3  

Sudeepta Suchismita Jena

Others

ହୋଲି ରେ ହୋଲି

ହୋଲି ରେ ହୋଲି

1 min
261


ଧରଣୀ ରାଣୀକୁ ଛୁଇଁଛି ଫଗୁଣର ଛୁଆଁ

ଚାରି ଆଡେ ବହିଯାଏ ସୁଲୁସୁଲୁ ବାଆ ।


ବସନ୍ତର ଚଦରରେ ଦେହକୁ ସଜେଇ

ସବୁଜ ବନାନୀ ହସେ ମୃଦୁ ମଳୟ ଛୁଇଁ।


ବଉଳର ମହକରେ ହୋଇ ଆହ୍ଲାଦିତ

ଆମ୍ବ ଡାଳେ କୋଇଲି ଗାଏ ମିଠା ଗୀତ।


ନବପଲ୍ଲବେ ପଲ୍ଲବିତ ହୋଇ ବୃକ୍ଷରାଜି

ଶାଗୁଆ ଶାଗୁଆ ଦିଶେ ସୁନ୍ଦର ପୃଥିବୀ ।


ଚଷା ଭାଇ ହରଷିତ ଏ ଅମଳର ଦିନ

ଖଳାବାଡ଼ି ପୂରି ଅଛି ଆସିଛି ଫଗୁଣ ।


ଦୋଳବେଦୀ ହୋଇଲାଣି ପୂରା ସଫାସୁତୁରା

ରାଧାମାଧବ ବିରାଜିବେ ହେବ ଦୋଳଯାତରା।


ଫଗୁ ଦଶମୀ ନେଇ ଆସିଛି ରଙ୍ଗ ଅବିର 

ନାଚି ଉଠ

େ ମନ ଆସେ ଦିନ ହୋଲିର ।


ଏକତାର ପରବ ଏ ଖୁସି ଆନନ୍ଦର ଦିନ

ସେନେହ ପୀରତିରେ ଭରିଯାଉ ଜୀବନ।


ରାଗରୁଷା ଜାତିଭେଦ ସବୁ ଦେବା ଦୂରେଇ

ମିଳିମିଶି ଖେଳିବା ହୋଲି କଟକଣାକୁ ନେଇ।


ଅବିରେ ଖେଳିବା ହୋଲି ବସନ୍ତ ରୋଗ ଯିବ ଦୂରେଇ

ରସାୟନ ମିଶା ରଙ୍ଗରେ ଖେଳିବା ନାହିଁ ।


ସୁରକ୍ଷିତ ରହି ଆମେ ଖେଳିବା ହୋଲି 

ସମାଜକୁ ବିପଦକୁ ନ ଦେବା ଠେଲି ।


ମିଳିମିଶି କରିବା ଆସ ଅନ୍ୟାୟର ଦହନ

ସଂସାରରେର ହିବନି ଭୟ ବାତାବରଣ ।


ଗୁହାରୀ କରୁଚି ଚକାଡୋଳା ଶ୍ରପୟରେ

ଶାନ୍ତି ରଙ୍ଗ ଭରିଯାଉ ସବୁ ଜୀବନରେ ।



Rate this content
Log in