ଗୁହାରୀ ଘେନ କଳାଠାକୁର
ଗୁହାରୀ ଘେନ କଳାଠାକୁର


ରୂପେଲି ଜ୍ୟୋସ୍ନାର ଶୀତଳ ସ୍ପର୍ଶରେ
ଆଲୋକିତ ଏହି ଧରା ହୁଏ
କାକର ବିଦୁର ସ୍ପଟିକ ସ୍ୱରୂପ
କେତେ ଜନମନ ମୋହି ନିଏ ।
ଚଳଚଞ୍ଚଳ ଭଗଵତ୍ ଘର
ହରି ନାମ ହୁଏ ଆରାଧନା
ଅଷ୍ଟପ୍ରହର ନାମ ଜପ ହୁଏ
ବାଜି ଉଠେ ତୂୂରୀ ବାଜଣା।
ବୃନ୍ଦାବତୀ ପାଶେ ଆକାଶ ଦୀପଟେ
ଜଳୁଥାଏ ଆକାଶରେ
ଆଧ୍ୟାତ୍ମିକତା ର ସୁନ୍ଦର ଭାବନା
ଜାଗିଉଠେ ପ୍ରତି ମନରେ।
ମହାପଞ୍ଚୁକର ପବିତ୍ର ଦିିିବସେ
ହରିିିନାମ ହୁଏ ସଙ୍କୀର୍ତ୍ତନ
କାର୍ତ୍ତିକ ମାସର ପବିତ୍ର
ପୂର୍ଣ୍ଣମୀ ଆସି ହୁଏ ଆଗମନ।
ଅତୀତର ଗୈରବ ଗାଥାାକୁ
ମନେ ସୁମରଣା କରି
ଡଙ୍ଗାଟିଏ ଆସ ମିଶି ଭସାଇବା
ଆ କା ମା ଗାଇ କରି।
କାଳିଆ ପାଖରେ କରୁଚି ମିନତି
ମହାମାରୀ ଯାଉ ହଜିରେ
ଆର ବରଷକୁୁ ତୋର ଶ୍ରୀମୂଖକୁ
ଦେଖିବି ମନ ଭରିିରେ ।