STORYMIRROR

Sudeepta Suchismita Jena

Others

3  

Sudeepta Suchismita Jena

Others

ଗୁହାରୀ ମୋ ଘେନ ଗଣପତି

ଗୁହାରୀ ମୋ ଘେନ ଗଣପତି

1 min
46

ଅଗ୍ରପୂଜ୍ୟ ଵିଘ୍ନରାଜ କୋଟି କୋଟି ପ୍ରଣାମ

ଗଣପତି ଵକ୍ରତୁଣ୍ଡ ଘେନ ମୋର ଜଣାଣ।


ଭାଦ୍ରଵର ପାଖୁଡ଼ାରେ ପାାଦ ଦିିଏ ପାର୍ବଣ

ହସିଉଠେ ଏହିି ଧରା ହୁଏ ତୁମ ଆଗମନ।


ଵିିଦ୍ୟାଳୟ ଠାରୁ କ୍ଳବ ଆଉ ପୂୂଜା ମଣ୍ଡପ

ଘରେ ଘରେ ପୂଜା ପାଅ ହୁଏ ଜାକଜମକ।


ତଵ ପୂୂଜା ହେଲା ନାହିଁ ଆହେ ଉଦମ୍ଭକ

ସାରା ଵିିଶ୍ୱରେ ପଡ଼ିଛିି କରୋନା ଚଡ଼଼କ।


ଚାରି ଆଡ଼େ ଖାଁ ଖାଁ ନାହିଁ ଆଗ ଉସାହ

ଜୀବନ ହୋଇଛିି ଆଜି ବଡ଼ ଦୂର୍ବିସହ।


ମହାମାରୀ ମେଲାଇଛି ତାର କରୁୁଣ କାୟା

ଭୟଭୀତ ଜନଜୀବନ ଏକା ତୁମେ ସାହା।


ଵିଜ୍ଞାନ କରୁୁଛି କେତେ ପରୀକ୍ଷା ନିରୀକ୍ଷା

ଆଜି ଯାଏ ଵାହାରିିନି ସଫଳ ଚିକିତ୍ସା ।


ଅସହାୟ ମଣିଷ ସମାଜ ଖୋଜେ ତୁୁୁମ ସାହା

ଏକଦନ୍ତ ଲମ୍ବୋଦର ଆଉ ନାହିଁ ରାହା ।


ଶୁୁୁଭ ହୁଏ ସବୁ କାମ ନେଲେ ତୁୁମ ନାମ

ବିିନାୟକ ଦୟାବନ୍ତ ଆସ ଏହି ଧାମ ।


ଵିିଘ୍ନହରତା ମଂଗଳକରତା ଗଣପତି ମହାରାଜ

ସାଦର ନିିମନ୍ତ୍ରଣ ତୁୁୁମକୁ ପୂରା କର ଏହି କାର୍ଯ୍ୟ।


ଓମକାର ଶୃପକର୍ଣ୍ଣ ଚାରି ଭୂଜା ଧାରୀ

ଦୁୁୁ୍ଃଖ ଆମ ଦୂର କର ମୂୂଷାରେ ସଵାରୀ।


ଭକତିର ଆଞ୍ଜୁଳିରେ ପ୍ରଣତି ମୁଁ ଢାଳୁଚି

ଗିିରିିଜାନନ୍ଦନ ସୁଖଦୁଃଖ ତୁୁୁମକୁ ସମର୍ପୁଛି। 


ଦୂୂୂର ହେଉ ମହାମାରୀ ହସୁ ଏହି ଜଗତ

ସୁୁୁରକ୍ଷିତ ରହୁ ସବୁ ଜୀବନ ଆହେ ଉମା ସୁତ।


ଜୀବନରେ ଭରିିଦିିିଅ ଆଶାର ଆଲୋକ

ଫେରିଆସୁ ପୂର୍ବ ସମୟ ହଟିଯାାଉ ସଙ୍କଟ।


କରୁଣାମୟ ଗଣପତି ଗୁହାରୀ ମୋ ଘେନ

ତୁୁୁମ ଶ୍ରୀପୟରେ କରୁଛି ମୁଁ ଶତ କୋଟି ନମନ।



Rate this content
Log in