STORYMIRROR

Sudeepta Suchismita Jena

Inspirational

3  

Sudeepta Suchismita Jena

Inspirational

ବାପା

ବାପା

1 min
247

ଦୁନିଆର ସବୁ ସୁଖ ମୋତେ ମିଳିଯାଏ

ଯେବେ ସେହି ଚେହେରାଟି ମୁଁ ଦେଖିଦିିିଏ।


ସେହି ହସ ସେହି ମୁହଁ ସେହି ରୂୂପ ପରା

ଦୁନିଆରେ ମୋ ପାଇଁ ସବୁଠୁୁ ନିିଆରା।


ବହୁ ବଡ଼ ବିପଦ କ୍ଷଣିିିକରେ ହଟେ

ଯେବେ ସେହି ଛବିଟି ମୁଁ ମନରେ ଆଙ୍କେ।


ମୋ ଜୀବନେ ଉତ୍ସାହର ସେ ତ ମୁୁୁଳଦୁଆ

ତାଙ୍କ ପାଇଁ ଚାଲି ଥାଏ ମୋ ଜୀବନ ନାଆ।


ପ୍ରତିଟି କଥାରେ ଥାଏ ସ୍ନେହ ଭରା ପ୍ରେରଣା

ସବୁ ପରିସ୍ଥିତି ହୁଏ ସୁପରିଚାଳନା।


ସମୟାନୁବର୍ତ୍ତୀତା ଆଉ ପରୋଉପକାର

ସବୁ କିଛିର ସେତ ମୋ ଉତ୍ସାହ ଜୀବନର।


ଝଡ଼ ଆସିଲେ ସହିଯିବୁ ବିଭୁ ଭରସାରେେ

ସବୁ ଝଡ଼ ଦୂରେଇବ ସମୟ ସୁୁୁଅରେ ।


ଏହି ଆଶ୍ୱାସନା ପାଇଁ କେତେ ଝଡ଼ ମୁଁ ସହିିଛି

ସବୁୁଥିରେ ଜୀବନର ସୁଖ ସାଉଁଣ୍ଟୁଛି ।


ସ୍ନହ ମମତା ଧର୍ଯ୍ୟ ଆଉ ପ୍ରେମର ମନ୍ଦିର

ବାପା ବୋଉ ଚଳନ୍ତି ଠାକୁର ମୋ ଜୀବନର।


ପିତା ଧର୍ମ ଆଉ ପିତା ସରଗଠୁୁ ବଡ

ପିତା ପାଇଁ ସନ୍ତାନକୁ ଛୁଏଁ ନାହିଁ ଝଡ଼଼।


ପିତା ମାତା ସେବିଲେ ପ୍ରଭୁୁ ହୁଅନ୍ତି ସନ୍ତଷ୍ଟ

ତାଙ୍କ ମନେ ଦେବାନାଇଁଁ କେବେ ଆମେ କଷ୍ଟ।


ନିଜ ପେଟ କାଟି ଯିଏ କରେ ଶିଶୁର ପାଳନ

ଦୁନିଆରେ ସିଏ ପରା ଇଶ୍ୱର ସମାନ ।


ଆମ ଭବିଷ୍ୟତ ଚିନ୍ତା ତାଙ୍କରିି ମନରେ

ଦିନରାତି ପୂଜା କରନ୍ତି ଆମ ଖୁସି ପାଇଁରେ ।


ଏତିକି ଗୁହାରି ଆଜି ପ୍ରଭୁଙ୍କ ଛାମୁରେ 

ସୁସ୍ଥ ଆଉ ଦୀର୍ଘାଉ ରଖନ୍ତୁ ତୁମକୁ ତାଙ୍କ ଘଣ୍ଟତଳେେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational