STORYMIRROR

Sudeepta Suchismita Jena

Others

4  

Sudeepta Suchismita Jena

Others

ଗୁହାରୀ ତୋ ପାଦେ ମାଆଲୋ

ଗୁହାରୀ ତୋ ପାଦେ ମାଆଲୋ

1 min
249


ପ୍ରଣାମ ତୋର ପାଦତଳେ ଜଗତ ବନ୍ଦିନୀ

ଭକତି ଅରଘ ତୋ ପାଇଁ ବିଘ୍ନବିନାସିନୀ।


ରଙ୍ଗବେରଙ୍ଗ ଫୁଲ ହାର ତୋହର ଶରୀରେ

ଶ୍ରୀଅଙ୍ଗ ତୋ ବାସୁଥାଏ କୁଂକୁମ ଚନ୍ଦନରେ ।


ଅଙ୍ଗେ ରକ୍ତ ବସ୍ତ୍ରେ ବିରାଜୁ ତୁହି ମାଆଲୋ

ପଦ୍ମାସନ ହସ୍ତେ ଜପାମାଳି ଧାରଣ କରି

ଦରଶନ ତୋର ପାଇବା ପାଇଁ ମାଆଲୋ

ଭକତ ତୋର ଆସେ କେତେ ପଥ ଦେଇ କରି।


ଜବାପୁଷ୍ପ ପ୍ରିୟା ତୁହି ହରପ୍ରିୟା 

ସିନ୍ଦୂର ମାଳିନୀ ତୁଲୋ କେଶରୀ ବାହିନୀ।

ପୟରେ ନୂପୁର ନାଲି ଅଳତାର ଗାରେ

ବିରାଜ କରୁ ତୁଲୋ ରକ୍ତବ୍ରହ୍ମାସନୀ।


ଭକତ ଡ଼ାକକୁ କାନ ଡେରିଥାଉ

ଶୁଣୁ ଭକତର ଆତୁର ଆବେଗ ଡାକ।

ତୋର ନାମ ନେଲେ ଦୁଃଖ ହୁଏ ଦୂର

ଦୁଃଖହାରିଣୀ ନାମ କରୁ ସାରଥକ ।


ଦୁବ ଦାରୁ ହୁଏ ତୋର ନାମ ନେଲେ

ସୋଲ ହୁଏ ପୁଣି ମହାମେରୁ

କଣ୍ଟକିତ ରାସ୍ତା ପୁଷ୍ପମୟ ହୁଏ

ତୋ ନାମ ସୁମରେ ଯେ ଅନ୍ତର କନ୍ଦରୁ।


ଅନ୍ୟାୟ ଅନୀତି ଗ୍ରାସିଲାଣି ମାଆଲୋ 

ନାହିଁ ଆଉ ଜୀବନେ ସୁଖ ଶାନ୍ତି

କେବେ ମହମାରୀ କେବେ ତ ମରୁଡ଼ି

ତୋ ଆଶିଷ ବିନା ନାହିଁ ଅନ୍ୟ ଗତି।


ଏତିକି ଗୁହାରୀ ତୋ ପାଦେ ମାଆଲୋ

ଏ ଦୁନିଆରେ ସୁଖ ଶାନ୍ତି ଭରିଯାଉ

ତୋର ନାମ ଜପି ତୋର ପାଦତଳେ

ଏ ଜୀବନ ମାଟିରେ ମିଶିଯାଉ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍