STORYMIRROR

Sudeepta Suchismita Jena

Classics

3  

Sudeepta Suchismita Jena

Classics

ମା

ମା

1 min
230

ଭକତି ରସରେ ମୋର ନୟନ ଧୋଇ

ଲୁହଭିଜା ପଣତରେ ମଥାକୁ ନୋଇଁ

ଥାଳିରେ ସଜେଇ ବିଶ୍ୱାସର ମନ୍ଦାର

ଦଃଖ ଜଣେଇବି ମା ମୋର

ଆସିିିଛି ତୋର ଦରବାର ।


ମନରେ କେତେ ଆଶା ଭରସା ନେଇ

ହାର ଗୁନ୍ଥିଛି ରଂଗ ବେରଂଗ ଫୁଲ ସଜେଇ

ଚୂଆ ହଳଦୀ ସାଥେ ରଖିଚି ନାଲ ସିନ୍ଦୂର

ବଜାରୁ ଆଣିଚି ଅଳତା ନାଲି ରଂଗର ।


ଭକତିର ଅରଘରେ ଜାଳି ଦୀପାଳି

ପ୍ରଣତିର ଶହେଆଠ ପଦୁଅଁ ତୋଳି

ଅଗୁୁୁରୁ ଚନ୍ଦନ ସାଥେ ବତାସା ନେଇ

ଅରପିବି ତୋର ପାଦେ ମଥାକୁ ନୋଇଁ।


ପୀରତି ରେ ବନେଈଚି ନାଲି ଜବା ହାର

ତହିଁରେ ଖଞିଚି ମୁଁଁହି ହଳଦୀ କନିିିଅର

ପଂଚାମୃତ ଜଳରେ ଚରଣ ତୋ ଧୋଇ

ଆଶିିିଷ ତୋ ମାଗୁଛି ଆହେ ଦୟାମୟୀ।


ଶରଧା ରେ କିଣିଛି ତୋ ପ୍ରିୟ ନାଲିିଶାଢ଼ୀ

ଭୋରୁ ଉଠି ତୋଳିଛି ନାଲି ଚମ୍ପା କଢ଼ି

ଶୂଧ ଘ୍ରୃୃୃତରେ ତୋର ଶ୍ରୀଅଙ୍ଗକୁୁ ଧୋଇ

ଚରଣାମୃତ ପାଇବି ସୌଭାଗିନୀ ମୁହିଁ।


ପଞ୍ଚଦୀପ ସଜାଡ଼ିଚି ଗୁଆ ଘିଅରେ

କର୍ପୁର ରଖିଚି ମା ତାର ପାରୁୁଶରେ

ପୂଜା ବିଧି ଜାଣେନାହିଁ ମୁଁହି ହୀନମୂର୍ଖ

ଭକତିରେ ହାତ ଯୋଡେ ଦେଖି ତୋ ଶ୍ରୀମୂୂଖ।


ଷୋଳ ଶୃଂଗାର ପ୍ରିୟା ତୁହି ପାଉ ଷୋଳପୂଜା

ଶାରଳା ମଂଗଳା ମାଗୋ ତୁ ମା ବିରଜା

ଦୁଃଖହାରିିିଣୀ ତୁଲୋ ମା ନାରାୟଣୀ

ଜଗତବନ୍ଦିିିନୀ ତୁ ବିଷ୍ଣୁ ପାଟରାଣୀ ।


ହୃଦୟ କନ୍ଦରୁ ମାଲୋ ତୋର ନାମଧରି

ଆରତୀ ମା କରୁୁଅଛି ଦୁଃଖ ଦେବୁ ହାରି

ଶୁଖଶାନ୍ତି ବିରାଜିବ ସଂସାର ହସିବ

ତୋର ନାମ ଗାଇ ଗାଇ ମୋ ଜୀବନ ଯିିିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics