STORYMIRROR

Sudeepta Suchismita Jena

Inspirational

4  

Sudeepta Suchismita Jena

Inspirational

ସଂପର୍କର ନଦୀ ତୀରେ

ସଂପର୍କର ନଦୀ ତୀରେ

1 min
220

ସଂପର୍କର ନଦୀ ତୀରେ ସମୟ ସୁଅରେ

ଜୀବନଟା ଭାସୁଥାଏ ମମତା ନାଆରେ।

ମାଆର ସୁନ୍ଦର କୋଳେ ଦୁନିଆ କୁ ଦେଖି

ସେନେହର ନୀଡ଼ଟିିିଏ ବାଂଧେ ମନ ପକ୍ଷୀ।

ନୀରିିିହ ଚାହାଣି ଆଉ ମିଠା ମିିିଠା ହସରେ

ଶିଶୁ ଟିଏ ଘର କରେ ସବୁରି ମନରେ ।

କେତେ କେତେ ସଂପର୍କ ତା ସହ ଗଢେ

ଯହୁଁ ଯହୁଁ ପିଲା ଟିଏ ଦୁନିଆ କୁ ଜାଣେ।

ସାହିିିପଡ଼ିଶା ଠାରୁ ହୁଏ ସଂପର୍କ ଆରମ୍ଭ

ବନ୍ଧୁ ବାଂନ୍ଧବ ତହୁଁ ଆସିି ଦିଅନ୍ତି ତ ଯୋଗ।

ବିଦ୍ୟାଳୟ ଠାରୁ ପୁଣି କାର୍ଯ୍ୟାଳୟ ପର୍ଯ୍ୟନ୍ତ

ନିତି ନିତି ଗଢିିହୁଏ କେତେ ନୂୂୂଆ ସଂପର୍କ।

ଜୀବନରେ ଜଂଜାଳ କେତେ ଆସିଯାଏ 

ବଂଧନ ର ନୂଆ ରୂୂୂପ ଆସି ଉଭା ହୁଏ।

ସମୟାନୁସାରେ ପ୍ରାଥମିକତାକୁ ଦେଖି

କେତେ କେତେ ଭାବ ଯୋଡେ ଏଇ ମନପକ୍ଷୀ।

ଝଡ଼ଝଞା କେତେ ଆସେ ଏଇ ଜୀବନରେ

ସଂପର୍କର ଗଭୀରତା ମାପେ ଏ ମନରେ ।

ବିପଦରେ ବନ୍ଧୁର ଭାବ ଜଣା ପଡେ

ପ୍ରକୃତ ବନ୍ଧୁ ଥାଏ ସଦା ବିପଦ ଆପଦରେ।

ଛଳନା ଭରା ଦୁନିଆରେ ମଣିଷ ଭାସିଯାଏ

ସ୍ୱାର୍ଥପର ସଂପର୍କ ବହୁ ଶିକ୍ଷା ଦେଇଯାଏ।

ନିଜର ନହେଇ କିଏ ନିଜଠୁ ଅଧିକ କରେ

ରକତ ସଂପର୍କ କେବେ ଯାଏ ଦୂୂରେଇରେ।

ଜୀବନରେ ଶ୍ରେଷ୍ଠ ଅଟେ ନିଜ ସତ୍ କର୍ମ

ବିଭୁୁୁପାଦେ ଶରଣ ନେବା ଅଟେ ଅତି ଉତ୍ତମ।

ସେନେହ ପ୍ରେମ ଆଧାରରେ ଆସ ହସିି ଜୀଇଁବା

ଚକାନୟନ ଶରଣରେ ଶାନ୍ତି ମୈତ୍ରୀ ବାଣ୍ଟିବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational