STORYMIRROR

Kalpana Satpathy

Tragedy Classics Inspirational

4  

Kalpana Satpathy

Tragedy Classics Inspirational

କାଳ ଗୁମ୍ଫା

କାଳ ଗୁମ୍ଫା

1 min
257

ଅପାରିପାର୍ଶ୍ଵିକ ପରିସ୍ଥିତି, ସୃଷ୍ଟିକାରୀ ବିକୃତ ଭାବନା

ମାନବିକତା ର ମୂଲ୍ୟବୋଧ ହୀନତା

ଆଜି ସାରା ବିଶ୍ଵ ପାଇଁ ବୈରୀ ସାଜି

ଏ ଧରାପୃଷ୍ଠକୁ କ୍ଷତ ବିକ୍ଷତ କରି,

ଲାର୍ଭା ଲେଲିହାନ ଶିଖା ପରି

ଧ୍ୱଂସ ର ବିପଥଗାମୀ କରି

କାଳ ଗୁମ୍ଫା ସୃଷ୍ଟି କରୁଛି

ଚଲାପଥର କଷୋଟି ପଥରେ।

କର୍ମହୀନତା ର ମନୋବୃତ୍ତି

ରାତାରାତି ବଡ ଲୋକ ହେବାର ସ୍ୱପ୍ନ

ଯୋଗୁ ରସାତଳଗାମୀ ଏ ମାନବ ସମାଜ

ସଭିଏଁ କାଳର କରାଳ ଗ୍ରାସରେ ପତିତ ହୋଇ

ଜୀବନ ଅନ୍ତରାଳରେ ସ୍ତର ଖୋଜି ଖୋଜି

ଶେଷରେ କାଳର ଗୁମ୍ଫା ଭିତରେ ପଡି

ଛଟପଟ ହୋଇ ଜୀବନ ର ସବୁକ୍ଷଣ ଅନୁକ୍ଷଣେ

ଅନ୍ତରଦାହର ବହ୍ନି ରେ ଜଳି ଜଳି ମରିବାକୁ

ପସନ୍ଦ କରୁଛି, ହେଲେ ସମ୍ପର୍କ ର ନିବିଡ଼ତା କୁ

ମଜବୁତ କରିବା ପାଇଁ ଚେଷ୍ଟା ନକରି

ସ୍ୱାର୍ଥପରତା ରେ ଅନ୍ଧ ହୋଇ ଭୁଲିଯାଉଛି

ତା'ର କର୍ତ୍ତବ୍ୟ ବୋଧର ମୂଲ୍ୟକୁ

ଜୀବନର ସତ୍ୟ କୁ ବୃଥା ଆରୋପ କରି

ଭୁଲି ଯାଉଛି ତା'ର ଗନ୍ତବ୍ୟ ସ୍ଥଳର

ଭୂମିକା, ଯେପରି ରାଜା ଦୁର୍ଯ୍ୟୋଧନ ଦିନେ

ଗାନ୍ଧାର ରାଜାଙ୍କ ର ଶହେ ପୁଅଙ୍କୁ 

କାଳର ଗୁମ୍ଫାରେ ଲୁକ୍କାୟିତ ଭାବେ

ରଖି ଜଣଙ୍କୁ ବଚାଇ, ସଭିଙ୍କୁ ମାରି ଦେଇଥିଲା

ଲୋଭ ମୋହର ଅଜ୍ଞାନତାରେ

ଶେଷରେ ରାଜା ଦୁର୍ଯ୍ୟୋଧନ ଦିନେ

ସେହି ଲୁଚକାଳି ଖେଳ ରେ ହାରିଯାଇ

ନିଜର ଶହେ ଭାଇଙ୍କୁ ହରାଇ ଦେଇଥିଲେ

କାଳର କରାଳ ଗୁମ୍ପାର ସ୍ରୋତରେ।



Rate this content
Log in

Similar oriya poem from Tragedy