STORYMIRROR

Naliniprava Subudhi

Tragedy

3  

Naliniprava Subudhi

Tragedy

କାହ୍ନା

କାହ୍ନା

1 min
171


ଆଖିରେ ସାଇତି ରଖିଛି ରେ କାହ୍ନା

କେମିତି ଭୂଲିବି ତତେ। 

ଠୁକୁଠୁକୁ ଚାଲି ମନ ଯାଏ ଭୂଲି

ଲୁହ ପୋଛୁଚି ପଣତେ। 

ତୋ ଦରୋଟି କଥା ମନେ ଦିଏ ବ୍ଯଥା

ରାଗ,ରୁଷା, ଅଭିମାନ। 

କେତେ ଦୂରେ ଯାଇ ରହିଲୁ ରେ ଧନ

ତୋତେ ଦେଖିବା ସପନ। 

କେବେ ତୁ ଆସିବୁ କୋଳରେ ବସିବୁ

ଡାକି ଦେବୁ ମାଆ ବୋଲି। 

ଆସିବା ବାଟକୁ ଚାହିଁ, ମୁଁ ରହିଛି

ଦୁଷ୍ଟାମୀ ଦେଖିବି ବୋଲି। 

ଶେଷ ଜୀବନର ତୁ ଆମ ସାହାରା

ଏତିକି ମନେ ଭାବନା। 

ପ୍ରଭୁ ଜଗନ୍ନାଥ ସହାୟ ହୁଅନ୍ତୁ

ଜନ୍ମ ଦିନରେ କାମନା।




Rate this content
Log in

Similar oriya poem from Tragedy