STORYMIRROR

Bharatabandhu Biswal

Action Classics Inspirational

4  

Bharatabandhu Biswal

Action Classics Inspirational

କାହାକୁ କହିବ

କାହାକୁ କହିବ

1 min
23


ହେଉଛି କେତେ ଯେ  ହୁଣ୍ଡିରୁ ଆଦାୟ

     ଦୈନିକ ଦେବସ୍ବ ଆୟ

ଜାଣିବେନି କେହି    ସର୍ବସାଧାରଣ 

     ଗୋପନ ରହେ ବିଷୟ

      ଅଟକଳ ଖର୍ଚ୍ଚ ବ୍ଯୟ

ସୂଚନା ପ୍ରସାର   ବାଜଇ ଡେଙ୍ଗୁରା

     ଜାଣିଥା ନିଶ୍ଚୟ ଥୟ ।

ଖୋଲାଗଲା ଏବେ  ରତନ ଭଣ୍ଡାର

    ବୋକଚାରେ ନେଲେ ବୋହି

ହୋଇବ ପଛରେ    ଗଣତି ମଣତି

    ଦେଖିନାହିଁ କିଛି କେହି

    କରଇ ସବୁ କମିଟୀ

ପ୍ରାଧୀକୃତ ସିଏ   ଅଟେ ସମର୍ପିତ

    ଫିଟାଅନି କେହି ପାଟି।

ଦେବତାଙ୍କ ଆୟ  ଦେବସ୍ବ ସମ୍ପତ୍ତି

    ଦେବଙ୍କ ରତ୍ନ ଭଣ୍ଡାର

ଧର୍ମ ସମ୍ବନ୍ଧିୟ    ନୁହଁଇ ବିଷୟ

     ଗୋଳମାଳିଆ ବିଚାର

     ଖାଇବେ ଲୁଟି ତସ୍କର

କାହିଁକି ଧରମ   ହାତଗୋଡ ବନ୍ଧା

      ଅସହାୟ ନିରୁତ୍ତର ।

ଲୋଡାହୁଏ ନାହିଁ   ଧରମଗୁରୁଙ୍କ

      ଉଚିତ ମାର୍ଗ ଦର୍ଶନ 

ବେଦଶାସ୍ତ୍ର ବିଧି    ହୁଏନି ପାଳିତ

     ସନ୍ଦେହ ଉପୁଜେ ମନ

     ସର୍ବାଦୌ ରହୁ ସଂଜ୍ଞାନ 

ହେଉ ଗ୍ଳାନିର୍ମୁକ୍ତ    ସତ୍ଯ ଜୟଯୁକ୍ତ 

     ଧର୍ମର ସଦା ଉତ୍ଥାନ ।

ମୂଲ୍ଯବାନ ନୁହେଁ   ରତ୍ନ ହିଁ କେବଳ

     ହୁଏ ତା ଶ୍ରୀଅଙ୍ଗ ଲାଗି

ଭବ୍ଯତା ଦିବ୍ଯତା    ରହୁ ସୁରକ୍ଷିତ 

     ବ୍ଯବସ୍ଥା ଉତ୍ତରଦାୟୀ

      ସୁକର୍ତ୍ତବ୍ଯ କରଣୀୟ

ହେଉ ଅନୁସୃତ    ନିୟାମକ ସ୍ବଚ୍ଛ 

      ପଦ୍ଧତି ବିଶ୍ୱସନୀୟ ।

ଆମ୍ଭେ ସାଧାରଣ   ବିଚରା ମୃଗୁଣୀ

     ବ୍ଯାଧ ଜାଲରେ ଆବଦ୍ଧ 

ଜଳୁଅଛି ନିଆଁ     ଜଗିଛନ୍ତି ଶ୍ବାନ

     ଗତିପଥ ଅବରୋଧ

     ହତ ଆମ୍ଭ ଜ୍ଞାନ ବୁଦ୍ଧି

ଟେକି ଦୁଇ ହାତ   ଡାକୁଛୁ ଆରତେ

     ଦୁଃଖ ଶୁଣ କୃପାନିଧି ।

କାହାକୁ କହିବ   କିଏ ବା ଶୁଣିବ

     ପରିସ୍ଥିତି ଅଣାୟତ

ଭବ ଏ ସାଗରେ  ତୁମେ ତ ନାଉରୀ

     ମହାପ୍ରଭୁ ଜଗନ୍ନାଥ 

     ନଉକାର ମଙ୍ଗ ଧର 

ଆମ୍ଭେ କିଂକର୍ତ୍ତବ୍ଯ   ନାହିଁ ଅନ୍ୟଗତି

     ଚକ୍ରଧର ରକ୍ଷାକର ।

        



Rate this content
Log in

Similar oriya poem from Action