Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhumisuta Sahu

Tragedy Children

3  

Bhumisuta Sahu

Tragedy Children

ଜରି ଗୋଟାଳି

ଜରି ଗୋଟାଳି

1 min
199


ପଢିନି ମୁଁ ପାଠ ଯାଇନାହିଁ ସ୍କୁଲ,

ଜରି ଗୋଟାଇ ମୋ କଟିଯାଏ ବେଳ ।


  ମାଗି ଯାଚି ଯାହା ଖାଏଁ ମୁଁ ଗଣ୍ଡାଏ,

  ଜରିଗଣ୍ଠିଲିକୁ ମୁଣ୍ଡରେ ମୁଣ୍ଡାଏ ।


ଜରି ବିକି ମୁହିଁ ଯେତେ ଯାହା ପାଏ,

ରୋଗିଣା ମାଆର ସେବାରେ ଲଗାଏ ।


    ନୂଆଁ ଜାମା ଖଣ୍ଡେ ମୋ ପାଇଁ ସପନ,

    ସଡ଼କ କଡ଼ରେ କରେ ମୁଁ ଶୟନ ।


ଜ୍ବର ଥଣ୍ଡା କାଶ ଆପେ ଛାଡ଼ିଯାଏ,

ଅଂଶୁଘାତ ମୋତେ ଡରି ଚାଲିଯାଏ ।


     ଖରା ବରଷାକୁ ନାହିଁ ମୋର ଡର,

     ମୋ ଭାଗ୍ୟରେ ଏହା ଲେଖିଛି ଠାକୁର ।।


.



Rate this content
Log in

Similar oriya poem from Tragedy