ଜରି ଗୋଟାଳି
ଜରି ଗୋଟାଳି


ମୁଁ କେତେ ଭାଗ୍ୟବାନ
ନିତି ମୋର ଦେଖା ହୁଏ ଜରି ଗୋଟାଳି ସହ
କିଏ ଫିଙ୍ଗି ଦିଏ ମୋତେ
ଅଳିଆଗଦାରେ ,
କିଏ ଫିଙ୍ଗି ଦିଏ ନାଳ କଡରେ ।
କାହାର ପରକୀୟା ପ୍ରୀତି ର ପରିଣାମ ,
କାହାର କୁଆଁରୀ ମା ର ପରିଣାମ ।
କିନ୍ତୁ ଫଳ ପାଏ ମୁଁ ,
ଅତି ଅବହେଳିତ ଭାବେ ଫିଙ୍ଗା ହୁଏ ମୁଁ ।
ଧନ୍ୟ ସେ ଜରି ଗୋଟାଳି
ଯିଏ ଗୋଟେଇ ନିଏ ମୋତେ ।
କିଏ ପାଳିଦିଏ ,
କିଏ ଠିକଣା ଦେଖେଇ ଦିଏ
ଅନାଥାଶ୍ରମର ।
ମୁଁ ତା ଚିର ଋଣୀ ହୋଇ ରହିଯାଏ
ସେ ଜରି ଗୋଟାଳି ର ।