Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BAIRAGI CHARAN SAHOO

Tragedy Inspirational Children

3  

BAIRAGI CHARAN SAHOO

Tragedy Inspirational Children

ଜନ୍ମଦିନ

ଜନ୍ମଦିନ

1 min
120


ଶୁଭ ଦିନ ରୂପେ ପାଳନ କରୁଛୁ

 ଜନ୍ମ ଦିନ ତିଥି ପାଳି

ପୂଜନୀୟା ମାଆ ହରଷିତ ମନେ

 ବନ୍ଦାପନା ହୁଳହୁଳି ।୧ ।

ପୁତ୍ର ହେଉ ଅବା ହେଉ ସିଏ କନ୍ୟା

 ଜନମ ହୋଇଲା ଯେବେ

ସେଇ ଦିନ ତିଥି ଲଗନ ଭିତ୍ତିରେ

 ପାଳୁଥାଉ ଆମେ ସର୍ବେ ।୨ ।

କାହିଁ କେଉଁ ଯୁଗ ଅନାଦି କାଳରୁ

 ଚାଲୁଅଛି ଏଇ ପ୍ରଥା

ଗୁରୁ ଗୁରୁଜନ ଦେବ ଆଶୀର୍ବାଦ

 ଅଛି ପରମ୍ପରା କଥା ।୩ ।

ଆଜି ଆଧୁନିକ ଦିନେ ପାଳୁଥାନ୍ତି

 ଆନନ୍ଦରେ ଜନ୍ମଦିନ

ଷ୍ଟାର ହୋଟେଲ ରେ ପାର୍ଟି ଆୟୋଜନ

 ଭୋଜି ସାଥିରେ ସାଫେନ୍ ।୪ ।

କେକ୍ କଟା ହୁଏ ସାଜ ଚାକଚକେ

 ମୁଖେ କ୍ରିମ ବୋଳାବୋଳି

ଉଦ୍ଧାମ ବିଭୋରେ ଯିଏ ଯାହା ସାଥେ

 ହେଉଥାନ୍ତି କୋଳାକୋଳି ।୫ ।

ବ୍ରେକ ଡାନ୍ସ ଚାଲେ ଅର୍ଦ୍ଧ ରାତି ଯାଏ

 ସରେ ନାହିଁ ତାଙ୍କ ପାର୍ଟି

ଅବା ନିଶାଗ୍ରସ୍ତ ସଂଜ୍ଞାନ ହରାଇ

 ହେଉଥାନ୍ତି ପିଟା ପିଟି ।୬ ।

ସ୍ମାର୍ଟ୍ ଫୋନ ସାଥେ ମେସେଜ ଦିଅନ୍ତି

 ହାଏ ହେଲୋ ପ୍ରୀତି ଭାଷା

ଶୁଭେଛା ର ବାର୍ତ୍ତା ସୁଅ ଛୁଟୁଥାଏ

 ଲାଇକ ସମ୍ମତି ନିଶା ।୭ ।

ବିଦେଶୀ ବାନ୍ଧବୀ ବନ୍ଧୁ ମାନଙ୍କର

 ଦେଖିଲେ କମେଣ୍ଟ ଚିତ୍ର

ଲାଗେ ଆଧୁନିକ ଯୁଗର ପିଲାଙ୍କୁ

 ଜୀବନ ହୋଇଲା ପ୍ରୀତ ।୮ ।

ଦେଖିଛକି କେବେ କୋଟି ସର୍ବହରା

 ଫୁଟଫାତ ନଗ୍ନ ଚିତ୍ର

ଅନାହାରେ ଝୁରେ ସମାଜ ଦାଣ୍ଡରେ

 ଲୁହ ଭରା ଦୁଇ ନେତ୍ର ।୯ ।

ନୁହେଁ କିବା ସିଏ ମଣିଷ ରେ ଗଣା

 ନାହିଁ କିବା ତାର ମନ

ଅବା ସେ ଖୋଜୁନି ସ୍ଵାଧୀନ ସକାଳ

 ରଙ୍ଗୀନ ଭରା ଜୀବନ ।୧୦ ।

ଅନାଥ ଶିଶୁଙ୍କ ପାଶେ ଯାଇ ଯଦି

 ପାଳିବ ଜନମ ଦିନ

ଅବା ସେଇ ଦିନେ ଭୋକିଲା ପେଟକୁ

 କରିଥିବ କିଛି ଦାନ ।୧୧ ।

ଧନ୍ୟ ହେବ ଜାଣ ଜନ୍ମଦିନ ତୁମ

 ଝରିବ ଆଶିଷ ବାରି

ଲୋକ ହିତ ପାଇଁ କର୍ମ କର ସର୍ବେ

 ଆଦର୍ଶ ହୁଅ ସବୁରି ।୧୨ ।


Rate this content
Log in

Similar oriya poem from Tragedy