ଜଳ ହିଁ ଜୀବନ
ଜଳ ହିଁ ଜୀବନ
ଉଦଜାନ , ଅମ୍ଳଜାନରେ ଶରୀର ମୋ ଗଢା
ନାମଟି ମୋର ଜଳ ।
ଗୋଟେ ଦାହ୍ଯ ପଦାର୍ଥ ଅନ୍ୟଟି ହୁଏ ସହାୟ
ନିଆଁର ଅଟଇ କାଳ ।।
କୂଅ,ଗାଡିଆ,ପୋଖରୀ ଝରଣା,ନଦୀ, ସମୁଦ୍ର
ଅଟେ ମୋର ବାସସ୍ଥାନ ।
ମଧୁର, ଲୁଣିଆ, ଖାରିଆ ମୋହରି ସୁଆଦ
ଜୀବଙ୍କ ଅଟେ ଜୀବନ ।।
ବରଷା ରୂପରେ ଭୂମିରେ ପଡିଲେ ଯାଇ
କିଛି ଭୂମି ଶୋଷେ ।
ନାଳ,ନଦୀ,କେନାଲ,ଝରଣା ଜଳରେ ବହି
ସମୁଦ୍ରେ ଯାଇ ମିଶେ ।।
ଜଳଗ୍ରହ, ନୀଳଗ୍ରହ ରୂପେ ବ୍ରହ୍ମାଣ୍ଡେ ପରିଚିତ
ଏଇ ପୃଥିବୀ ଆମର ।
ଗୋଟେ ଭାଗ ସ୍ଥଳ ତିନିଭାଗ ଜଳ ଥିଲେବି
ଅଭାବ ହୁଏ ଜଳର ।।
ସମଗ୍ର ଜଳକୁ ବାଲଟିଏ ଜଳ ଭାବିଲେ ଏଠି
ତିନି ଚାମଚ ମଧୁରଜଳ ।
ସଠିକ ଭାବରେ ବ୍ୟବହାର ନ କରିଲେ
ଜଳାଭାବ ସାଜିବ କାଳ ।।
ଭୂତଳ ଜଳ ସ୍ତର ଆଉ ଆଗ ଭଳି ନାହିଁ
ହୁଏ ପାନୀୟଜଳ ସମସ୍ୟା ।
ଏବେଠାରୁ ଯଦି ଆମେ ସଜାଗ ନ ହେବା
ଆଗକୁ ପଡି
ବ ମହାଦଶା ।।
ବନ୍ଧ ବାଡ କରି ପୋଖରୀ କୂପ ଖୋଳି
ସଂଚିବା ବରଷା ଜଳ ।
ଖରାଦିନମାନଙ୍କରେ ଅଭାବ ସମୟେ ତାହା
ସାଜିବ ଆମରି ବଳ ।।
କଙ୍କ୍ରିଟ୍, ପଲିଥିନ୍ ମୁକ୍ତ କରିବା ଭୂମିକୁ
ଶୋଷିବାକୁ ଦେବା ପାଣି ।
ଦରକାରରେ ତାକୁ ବ୍ୟବହାର କରିବା
ଭୂମି ତଳୁ କାଢି ଆଣି ।।
ଅଯଥାରେ ଅକାରଣେ ଜଳକୁ କେବେ ବି
ତାର କରିବାନି ଅପଚୟ ।
ସଂଚିତ ଜଳ ଦିନେ ନା ଦିନେ ଭବିଷ୍ୟତରେ
କାମରେ ଆସିବ ନିଶ୍ଚୟ ।।
ଦୂଷିତ କରିବାନି କେବେବି ଜଳଉତ୍ସକୁ
ରଖିବା ସଦା ନିର୍ମଳ ।
ତେବେ ଯାଇ ଏ ଧରାପୃଷ୍ଠରେ ସଭିଙ୍କୁ
ମିଳିବ ନିର୍ମଳ ଜଳ ।।
କାରଖାନାରୁ ନିର୍ଗତ ଦୂଷିତ ଜଳ ମିଶି
ଜଳଉତ୍ସ ହୁଏ ପ୍ରଦୂଷିତ ।
ଦୂଷିତ ଜଳଉତ୍ସକୁ ସଦା ସଫା କରିବା
ସଭିଏଁ ମିଳାଇ ହାତ ।।
ସମୁଦ୍ର ଜଳ କିପରି କମରେ ଆସିବ
ଦେବା ସେଥିପ୍ରତି ଧ୍ୟାନ ।
ଜଳାଭାବ ରହିବନି ଏ ପୃଥିବୀରେ ଆଉ
କରିଲେ ନୂଆ ଉଦ୍ଭାବନ ।।