ଜୀଵନ
ଜୀଵନ
କେବେ ଚା କପରୁ ଆରମ୍ଭ ହୋଇ
ଶେଷ ହୁଏ ଅଳସୀ ରାତିରେ
ପୁଣି କେବେ ମେଘଢଙ୍କା ଆକାଶ ଛାତିରେ
ଚିକ୍ କରି ବିଜୁଳି ସେ ଧାରେ ।
କେବେ ସିନ୍ଦୁରା ଫାଟିବା ବେଳର
ସମ୍ମୋହିନୀ ଛବିଟିଏ ସତେ
କେବେ ଉତୁରି ଆସୁଥିବା ଭାବନାର
ତୋଫାନଟେ ଧାଇଁଯାଏ ଦୃତେ ।
ବେଳେବେଳେ ଅଚାନକ ପଥାରୁଢ଼ ହୁଏ
ଚାଲୁ ଚାଲୁ ଜୀବନ ପଥରେ
ଦୁଇ ଭାଙ୍ଗ ହୋଇଯାଏ ଦ୍ୱନ୍ଦ ଆସେ
କେଉଁ ଦିଗେ ଯିବି ବସି ଭାଳେ ।
କେବେ ସେ ଦି ଛକିର ନାମ ସତ ମିଛ
କେବେ ଲୋଭ ଓ ଦାନର ସଂଶୟ
କେବେ ପାପ ପୁଣ୍ୟ ମଧ୍ୟେ ଦ୍ୱନ୍ଦ
କେବେ କ୍ରୋଧ କ୍ଷମାର ଅଥୟ ।
ଦି ଛକିରେ ଛନ୍ଦା ଏ ଜୀଵନ ଆଜି
ଧନ୍ଦିହୁଏ ବୁଦ୍ଧି ଓ ବିବେକ
ପଡେ ଯେବେ ଛକିରେ ମୃତ୍ୟୁର ଗଳି
ସାକ୍ଷୀ ହୋଇ ରହିଯାଏ ଛକ ।
