Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Romance Tragedy

4  

Rabindra kumar Sahoo

Romance Tragedy

ଜୀବନର ଦୁଃଖକୁ ବୁଝିଛି

ଜୀବନର ଦୁଃଖକୁ ବୁଝିଛି

1 min
320



ଜୀବନର ଦୁଃଖକୁ ବୁଝିଛି

ଦୁଃଖ ଓ କଷ୍ଟକୁ ଅତି ନିକଟରୁ ଦେଖିଛି

ଶତ୍ରୁ ଓ ମିତ୍ରଙ୍କ ହୃଦୟକୁ ଚିହ୍ନିଛି

ଆଶା ଓ ନିରାଶାର ଚିତ୍ରକୁ ଅଙ୍ଗେ ଲିଭାଇଛି

ଜୀବନର ଦୁଃଖକୁ ମୁଁ ଭଲ ରେ ବୁଝିଛି ।


ପ୍ରିୟା ଓଠର କୃତ୍ରିମ ହସକୁ

ଭଲରେ ମୁଁ ବୁଝିଛି

ପ୍ରେମ ର ସଂଜ୍ଞାକୁ ସେ ମୋତେ

ଭଲ ଭାବେ ବୁଝାଇଛି

ହୃଦୟ ଭାଙ୍ଗିବାର ଉପାୟ ଟି

ସେ ମୋତେ ଭଲ ଭାବେ ବୁଝାଇଛି

ଏ ଦୁନିଆଁ ରେ ସବୁ ମିଛ ବୋଲି

ମୋ ହୃଦୟ ରୁ ନିର୍ଗତ ଶାଶ୍ଵତ

ପ୍ରେମକୁ ଭଲ ଭାବେ ବୁଝାଇ ଦେଇଛି ।


ପ୍ରେମ ଓ ପ୍ରତାରଣା ମଧ୍ୟେ

ଫରକ୍ ର ମାନେଟା

ସେ ମୋତେ ଭଲରେ ଜଣାଇଛି

ପ୍ରେମ ର ମାନେ କିଛି ନାହିଁ

ହୃଦୟ ଦେଇ ଭଲ ପାଇବା ର

ମାନେ କିଛି ନାହିଁ

ସଂସାର ମାୟାରେ

ସବୁ ମାୟା ବୋଲି

ମୋତେ ବୁଝାଇଛି

ପ୍ରେମ ରେ ଧୋକା ଖାଇବା ନିଶ୍ଚୟ

ଏ କଥା ବି ମୁଁ ବୁଝିଛି

ଜୀବନ ର ପ୍ରତି ପଦେ ପଦେ

ଦୁଃଖକୁ ମୁଁ ବୁଝିଛି ।


ପ୍ରେମ ଏକ ଚିରନ୍ତନ ସତ୍ୟ

ବୋଲି ମୁଁ ଜାଣିଛି

ପ୍ରେମିକା ମାନେ ପ୍ରେମକୁ ନେଇ

ପ୍ରେମର ସଂଜ୍ଞାକୁ

ବଦଳାଇ ବି ମୁଁ ବୁଝିଛି

ହତଭାଗ୍ୟ ମାନଙ୍କ ଭାଗ୍ୟରେ

ପ୍ରେମ ରେ ଅସଫଳତା ହିଁ ଲେଖା

ଏ କଥା ବି ମୁଁ ବୁଝିଛି

ଜୀବନ ଯାତ୍ରାରେ

ସୁଖ ଅପେକ୍ଷା ଦୁଃଖକୁ

ମୁଁ ଭଲ ଭାବେ ବୁଝିଛି ।


ଜୀବନ ସଙ୍ଗିନୀ ହେବାର

ସ୍ଵପ୍ନ ଦେଖାଇଥିବା

ପ୍ରେମିକା ର ହୃଦୟକୁ

ଭଲ ଭାବେ ମୁଁ ପଢିଛି

ରାତି ରାତି ଦିନ ଦିନ

ତା ପ୍ରେମ ରେ ପାଗଳ ହୋଇ

ପ୍ରତି ମୁହୂର୍ତ୍ତରେ ଜୀବନେ ମୁଁ ସଢିଛି

ଜୀବନ ଯନ୍ତ୍ରଣା ରେ

ଜୀବନ ଓ ଜୀବିକା ପାଇଁ

ପ୍ରତି କ୍ଷଣେ ମୁଁ ଯୁଝିଛି

ପ୍ରତି କ୍ଷେତ୍ରେ ଜୀବନର ଦୁଃଖକୁ ବୁଝିଛି ।


ପ୍ରେମ ଏକ ମାୟା

ପ୍ରେମ ଏକ ପ୍ରତାରଣା

ପ୍ରେମ ଏକ ପ୍ରହେଳିକା

ପ୍ରେମ ଏକ ନିଶା ଓ ପାଗଳାମୀ

ପ୍ରେମ ର ଅନ୍ୟ ନାମ

ପ୍ରେମିକା ପାଶେ କରିବା ଗୋଲାମୀ

ପ୍ରେମିକା ବୁଝେନା ପ୍ରେମିକ ହୃଦୟ ର ଦୁଃଖ

ସେ ଚାହେଁ ପାର୍ଥୀବ ଦୁନିଆଁର ସୁଖ

ପ୍ରେମିକା ର ପ୍ରତି ଟି ଦାବି ହିଁ

ପ୍ରତିଟି ପ୍ରସ୍ତାବ କରିଲେ ପୂରଣ

ତୁମେ ହେବ ପ୍ରେମିକା ର

ଜୀବନ ର ସାଥୀ ଜାଣ

ପ୍ରେମିକା ବୁଝେନା ଏ ଜୀବନ ଦର୍ଶନ

ବୁଝେନା ଜୀବନର ମାନେ

ପ୍ରେମର ମାନେ ଟା କ'ଣ

ହତଭାଗ୍ୟ ପ୍ରେମିକ ମୁଁ

ତା ମୋ ମଧ୍ୟେ ଥିବା

ପ୍ରେମ ସମ୍ବନ୍ଧୀୟ ପାର୍ଥକ୍ୟକୁ

ଭଲରେ ମୁଁ ବୁଝିଛି

ପ୍ରେମକୁ ନେଇ ଆସୁଥିବା

ଝଡ ସଦୃଶ ଜୀବନର ଦୁଃଖକୁ

ମୁଁ ଭଲରେ ବୁଝିଛି ।



Rate this content
Log in

Similar oriya poem from Romance