STORYMIRROR

Mr.GAGAN BIHARI NAYAK

Fantasy

4  

Mr.GAGAN BIHARI NAYAK

Fantasy

ଜୀବନର ଦୋ' ଛକି

ଜୀବନର ଦୋ' ଛକି

1 min
307

ଏଇତ ଜୀବନ

ଜୀବନର ଦୋ'ଛକିରେ

ଅଟକି ଜୀବନ-

ଜାଣି ପାରେ ନାହିଁ କେଉଁଟି ବାଛିବ ବାମ କି ଡାହାଣ ।

ଏ ପାଖେ ଝୁମେ ଖୁସୀର ଫଗୁଣ 

ସେ'ପାଖେ ଝୁରେ ଦୁଃଖର ଶ୍ରାବଣ ।0।


ଆଶା ଆକାଶର ନୀଳ ସ୍ବପ୍ନ ଯେତେ

ଡାକୁଥିଲେ ହାତ ଠାରି ।

ଭିଜା ଭିଜା ମନ ଗୋଲାପି ବେଳାରେ

ପ୍ରୀତି ଦେଉଥିଲା ଭରି ।

ହସି ଲୋଟୁ ଥିଲା ସୁନା ଝରା ଦିନ,

କେଡେ ଆନନ୍ଦେ ସେ ଦିନ।୧।


ଡୁବି ଯାଉ ଥିଲା ନିଳିମା ଆକାଶେ

ନିରାଶାର ଭାଗ୍ଯ ରବି ।

ହସୁଥିଲା ଦେଖି ଗୋଧୂଳୀ ସଂଜଟା

ପାଗଳଟେ ମୋତେ ଭାବି।

ଧାଇଁଛି ମୁଁ ଆଜି ମୋ ଭାଗ୍ଯ ସାଥେ

ପଶ୍ଚିମ ଆକାଶେ ହତାଶ ସୁରୁଜ

ଯେବେ ଢାଳିଲା କିରଣ ।୨।



Rate this content
Log in

Similar oriya poem from Fantasy