ଜୀବନର ଦୋ' ଛକି
ଜୀବନର ଦୋ' ଛକି
ଏଇତ ଜୀବନ
ଜୀବନର ଦୋ'ଛକିରେ
ଅଟକି ଜୀବନ-
ଜାଣି ପାରେ ନାହିଁ କେଉଁଟି ବାଛିବ ବାମ କି ଡାହାଣ ।
ଏ ପାଖେ ଝୁମେ ଖୁସୀର ଫଗୁଣ
ସେ'ପାଖେ ଝୁରେ ଦୁଃଖର ଶ୍ରାବଣ ।0।
ଆଶା ଆକାଶର ନୀଳ ସ୍ବପ୍ନ ଯେତେ
ଡାକୁଥିଲେ ହାତ ଠାରି ।
ଭିଜା ଭିଜା ମନ ଗୋଲାପି ବେଳାରେ
ପ୍ରୀତି ଦେଉଥିଲା ଭରି ।
ହସି ଲୋଟୁ ଥିଲା ସୁନା ଝରା ଦିନ,
କେଡେ ଆନନ୍ଦେ ସେ ଦିନ।୧।
ଡୁବି ଯାଉ ଥିଲା ନିଳିମା ଆକାଶେ
ନିରାଶାର ଭାଗ୍ଯ ରବି ।
ହସୁଥିଲା ଦେଖି ଗୋଧୂଳୀ ସଂଜଟା
ପାଗଳଟେ ମୋତେ ଭାବି।
ଧାଇଁଛି ମୁଁ ଆଜି ମୋ ଭାଗ୍ଯ ସାଥେ
ପଶ୍ଚିମ ଆକାଶେ ହତାଶ ସୁରୁଜ
ଯେବେ ଢାଳିଲା କିରଣ ।୨।