STORYMIRROR

Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ଜୀବନର ଦୌଡ

ଜୀବନର ଦୌଡ

1 min
306


ଘଟଇ ଘଟଣା ଅବା ଦୁର୍ଘଟଣା

ପରିଣାମ ଦୃଶ୍ୟମାନ 

ବୁଝି ସତ୍ଯାସତ୍ଯ ତଥ୍ଯ ଓ ପ୍ରମାଣ

କରାଯାଏ ଅନୁଧ୍ୟାନ ।


ବିଶେଷଜ୍ଞ ଜ୍ଞାନୀ କରନ୍ତି ତର୍ଜମା

କାରଣ ଅନୁଶୀଳନ

ରହିଥିଲେ କିଛି ତ୍ରୁଟି ଓ ବିଚ୍ଯୁତି

କରାଯାଏ ସଂଶୋଧନ ।


ନିକଟରେ ଏବେ ବାହାନଗା ଠାରେ

ଘଟିଗଲା ଦୁର୍ଘଟଣା

ରେଳ ଇତିହାସେ ଅତି ଭୟାନକ

ବୁଦ୍ଧି ହୋଇଯାଏ ବଣା ।


ଦେଖି ଦୁଃଖକଷ୍ଟ ମୃତାହତ ସଂଖ୍ଯା

ଦୁର୍ଦ୍ଦଶା ଅଭାବନୀୟ

ଥରି ଉଠେ ଛାତି ଉଠେ ପ୍ରଶ୍ନବାଚୀ

ଭରେ କୋହ ଝରେ ଲୁହ ।


ଦୋହଲି ଯାଉଛି ଜୀବନ ସମ୍ବନ୍ଧ 

ବିଶ୍ବାସେ ଭରିଛି ବିଷ

ସଙ୍କଟେ ସଂସାର ଘର ପରିବାର 

ମୂଲ୍ଯ ନୈତିକତା ହ୍ରାସ ।


ଗତି ସ୍ବାଚ୍ଛନ୍ଦ୍ଯତା ବ୍ଯକ୍ତି ସ୍ବାଧୀନତା

ବ୍ଯବସ୍ଥା ସ୍ବଚ୍ଛତାହୀନ

ପ୍ରଗତି ନାମରେ ଦୁଃସ୍ଥିତି ଦୁର୍ଗତି

ପରିବେଶ ପ୍ରଦୂଷଣ ।


ଜୀବନର ଦୌଡ ହେଉଛି ପ୍ରବଳ

ଲକ୍ଷ୍ଯହୀନ ଅସୀମିତ 

ବେଳ ଥାଉଁ ହୁଅ ମଣିଷ ସତର୍କ

ନ ହୁଅ ବିପଦଗ୍ରସ୍ତ ।


   


Rate this content
Log in

Similar oriya poem from Tragedy