ଜୀବନ
ଜୀବନ
ବାହାରକୁ ଦେଖାଯାଏ ନାହିଁ ଯାହା,
ଅନୁୁୁଭବ କରିି ହୁଏ ନାହିଁ ତାହା ।
ସେଇ ତ ଅଟେ ଅମୂୂୂଲ୍ୟ ଜୀବନ,
ପରଂବ୍ରହ୍ମଙ୍କର ଅଟେ ସେ ଦାନ ।
ଦୁଃଖ,କଷ୍ଟ ହିଁ ତ ଜୀବନ ଅଟଇ,
ଯନ୍ତ୍ରଣାରେ ଉଭା ପୁୁଣି ସେ ହୁଅଇ ।
ବିରହ ଯନ୍ତ୍ରଣା କେବେ ସେ ସାଜଇ,
ମିଳନ ରୂପେ ସେ ସୁଖ ବିି ଦଅଇ ।
ଫଗୁଣର ରଙ୍ଗ ହୋଇ ଆସେ ସିଏ,
କେବେ ବୈଶାଖର ତାତି ପୁୁଣି ହୁଏ ।
ଇନ୍ଦଧନୁ ରୂପେ ମନ ନିଏ କିଣି,
ବର୍ଷା ଛିଟା ହୋଇ ଆସିଥାଏ ପୁଣି ।
ଶିତ ସକାଳର କଁଅଳ ଖରା ସେ,
କେବେ ପୁଣି ଝାଞ୍ଜି ଖରା ହୋଇ ଆସେ ।
