ଜୀବନ
ଜୀବନ
ଧିରେ ଧିରେ କ୍ଷୀଣ ହୁଏ ଆୟୁଷ
ବୟସ ଆଜି ଅପରାହ୍ନରେ
କୋଉ ଆଶା କଥାକହିବି
କେତେବା ପୁରା କଲି ଆଉ
କଣ ବା ନେଇଜିବି ନିଜ ସାଥେ
ଯେତକ ମାଣରେ ପୂରେଇଥିଲି
ଶେଷରେ ସେତକ ବି ଉଡିଗଲା
ଯେତକ ଗଢିଥିଲି ସବୁ ଭାଙ୍ଗିଗଲା,
କୋଉ ସୁଖ ବା ପାଇଲି ଭାଇ ଭଗାରି ଘରେ
ଯେତିକି ଭାଗ ମୋର ପଡିଲା
ସବୁତ ବାଣ୍ଟି ନେଲେ,
କାହାକୁ କହିବି ମନର କଥା
ବାଡିପୋଡା ଗେରସ୍ତ ମୋ ଅଧାରୁ ହାତ ଛାଡିଲା
ପିଲାଛୁଆ ମୋ ନିଜ ସନ୍ସାର ଘେନି ରହିଲେ
ଶେଷରେ ଠାକୁର ତାଙ୍କ କାନ ବୁଝିଦେଲେ
ବୟସ ବଢିଲା ଯଉବନ କମିଲା
ବାଳ ବି ପାଚିଲା, ଆଉ କଣ ବା ରହିଲା ଆକର୍ଷଣ
ସମସ୍ତଙ୍କ ଠୁ ଆଶା ପାଣିଫାଟିଲା
ପାଣିଚିଆ ହେଲା ଜୀବନ
ଦେହରେ ଲାଗିଲା କଳଙ୍କି
କଳଙ୍କି ସବୁ ଧୋଇଲା ବେଳେ
ନିଜକୁ ପାଇଲି ମୁଁ ମଶାଣି ଭୂଇଁରେ..... ।