ଜୀବନ ର ରଙ୍ଗ
ଜୀବନ ର ରଙ୍ଗ
ମଣିଷ ମନର ସୂକ୍ଷ୍ମ ଭାବନାକୁ
ଭାଷା ହିଁ ପ୍ରକାଶ କରେ...
ନିଜ ମାତୃଭାଷା ଅଟଇ ମଧୁର
ମାଆ ସେନେହରେ ଭରେ...ll
ନିଜ ଭାଷା କେତେ ଭାବ ଶୂନ୍ୟ ନୁହେଁ
ଅଟେ ଭାବ ସରୋବର..
ଭାଷାର ରକ୍ଷ୍ୟକ ନିଜକୁ ସାଜ ହେ
ଭାଷା ହିଁ ସେ ଧରୋହର ...ll
ଶୂନ୍ୟତା ଭତିରେ ଓଁକାର ରହିଛି
ଓଁକାର ହିଁ ଆଜି ସ୍ୱର....
ଭାଷାର ସମୁଦ୍ର ଅଟଇ ଗଭୀର
ନାହିଁ ତାର ପଟାନ୍ତର...ll
ନିଜ ଭାଷା ପାଇଁ ଲଢ଼ିଲେ ସେ ଵୀର
ଗଙ୍ଗାଧର, ମଧୁସୂଦନ, ଫକୀର ....
ଦେଲେ ଭିନ୍ନ ପରିଚୟ.....
ଭାଷା ଆମ ଅଟେ ଲଳିତ, ମାର୍ଜିତ
ରହିଛି ଭରି ସଂସ୍କାର .....ll
ନିଜ ଭାଷାକୁ ଯେ ହୀନ ମଣିଥାଏ
ଅଟଇ ସେହି ଅଜ୍ଞାନ....
ବିଜ୍ଞ ବୋଲି ତାକୁ କେ କହିବ ପୁଣି
ସେ ଅଟେ ମହା ମୂର୍ଖ ପୁଣ ...ll
ଭାଷା ଆମ ଅଟେ ଭାବର ମlଧ୍ୟମ
ଦିଆ ନିଆ ପରା ଭାବ....
ଭାଷାର ବିହୁନେ ଦିଆନିଆ ପୁଣି
ହୋଇକିପାରିବ ଭାବ.... Ii