STORYMIRROR

SUJATA DAS

Romance

4  

SUJATA DAS

Romance

ତୁମେ

ତୁମେ

1 min
425


ତୁମେ ସଙ୍ଗୀତର 

   ମଧୁର ମହ୍ଲାର 

     ମୁଁ ବେସୁରା ରାଗିଣୀଟିଏ ।


ତୁମେ ଶ୍ରାବଣର 

   ସିକ୍ତ ଝରଣାଟେ 

     ମୁଁ ଶୁଷ୍କ ବେଳାଭୂମିଟିଏ l


ତୁମେ ବସନ୍ତର 

   ବାସ୍ନାଭରା ବାଆ 

      ମୁଁ ରଙ୍ଗହୀନ ଛବିଟିଏ ।


ତୁମେ ପୂର୍ଣ୍ଣମୀର 

   ରୂପ ଭରା ଚାନ୍ଦ 

      ମୁଁ ଅଭିଶପ୍ତ ତାରାଟିଏ l


ତୁମେ ତନ୍ଦ୍ରା ଭରା 

   ରାତିର ସପନ 

     ମୁଁ ମରୁ ଯାଯାବର ଟିଏ l


ତୁମେ ପ୍ରଭାତର 

   ସୁନେଲି କିରଣ 

     ମୁଁ ଉଆଁସୀ ଅମାଶ୍ୟା ଟିଏ ।


ତୁମେ ରଙ୍ଗଭରା 

   ଫୁଲର ପସରା 

      ମୁଁ ବୃନ୍ତହୀନ କଢିଟିଏ ।


ତୁମେ ଫଗୁଣର 

   ମହୁଆ ବଉଳ 

     ମୁଁ ବାସ୍ନାହୀନ ରୁତୁଟିଏ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance