STORYMIRROR

Jyotiranjan Panda

Romance Others

4  

Jyotiranjan Panda

Romance Others

ମୁଁ ଭଲ ଅଛି

ମୁଁ ଭଲ ଅଛି

1 min
321

କେବେ ଅମାବାସ୍ୟାର ଏ ଆକାଶକୁ ପଚାର

ଚାନ୍ଦ ବିନା ସେ କେମିତି ଅଛି,

କେବେ ଶରତ ଋତୁରେ ଠିଆ ହେଇଥିବା

ଥୁଣ୍ଟା ଗଛକୁ ପଚାର

ପତ୍ର ବିନା ସେ କେମିତି ଅଛି,

କେବେ ଭିଡ଼ ଭିତରେ ଚୁପ୍ ଚାପ୍ ବସିଥିବା 

ସେ ମଣିଷକୁ ପଚାର 

ଏତେ କୋଳାହଳ ଭିତରେ

ସେ ଏକେଲା କାହିଁକି ବସିଛି,

ହୁଏତ ତମର ଏ ପ୍ରଶ୍ନ ତା ମୁହଁରେ

ଟିକେ ହସ ଦେଇପାରେ

ଆଉ ସେ ମିଛରେ ହଉ ପଛେ

କହିଦେଇ ପାରେ କି..

"ଭାଇ ତମେ କେମିତି ଅଛ ମୁଁ ଭଲ ଅଛି" ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Jyotiranjan Panda

Similar oriya poem from Romance