ସ୍ପର୍ଶେ ତୁମର
ସ୍ପର୍ଶେ ତୁମର
ସ୍ପର୍ଶେ ତୁମର ହଜାର କଦମ୍ୱ
ଫୁଟିଯାଏ ହୃଦୟରେ
ହଜାରେ ତରଙ୍ଗ ମୁଣ୍ଡପିଟେ ଆସି
ଏହି ମନ ପାରାବାରେ
ମନ ହୁଏ ଆନମନା
ସମୟକୁ କହେ ରହ ରହ ଟିକେ
ଏତେ ଜଲଦି ଯାଆନା ।
ତୁମ ଆଲିଙ୍ଗନେ ଲିଭି ଲିଭି ଯାଏ
ତାପ ଯେତେ ହୃଦୟର,
ସୁଷ୍କ ହୁଅଇ ଓଠ, ହାତ ପାଦ
ଜାଡେ଼ ହୁଏ ଥର ଥର,
ପଦ୍ମ ବନ ଜଳିଯାଏ
ମଲ୍ଲୀ, ଜୁଇ, ଯାଇ, ମାଳତୀ ଓ ହେନା
ମନେ ମନେ ଜଳୁଥାଏ ।
ତୁମେ ବିଚକ୍ଷଣ କାରିଗରି ଜାତି
ଆଚମ୍ୱିତ (ତୁମ) କଳା କୃତି
ପାଷାଣ ଦେହରେ ଜୀବନ ଭରିଣ
ଖୋଦୁଥାଅ (ସାରା) ସାରା ରାତି
ରାତି ସରି ସରି ଯାଏ,
ତୁମ ନିହାଣର ଶବ୍ଦ ଝଙ୍କାରରେ
ହାଣିତ ମୁଁ ହେଉଥାଏ ।
ଆସିଗଲେ ତୁମେ ବସନ୍ତ ଆସଇ
ମଳୟ ଦେହକୁ ଛୁଏଁ,
ପିକ ଡାକୁଥାଏ କୁହୁ କୁହୁ ଆଉ
ଫୁଲ ବି ଲାଜେଇ ଯାଏ
ଖୁସିର ଦସ୍ତକ ଦିଏ
ଚତୁର୍ଦ୍ଦିଗ ଦେଖ ପ୍ରେମର ପ୍ରଦୀପ
କିଏ ଜାଳି ଜାଳି ଯାଏ ।

