STORYMIRROR

Satyanarayan Sahoo

Abstract Romance Classics

4  

Satyanarayan Sahoo

Abstract Romance Classics

ତୁମ କଥା ଭାରି ମନେ ପଡେ

ତୁମ କଥା ଭାରି ମନେ ପଡେ

1 min
308


ତୁମ କଥା ଭାରି ମନେ ପଡେ ପ୍ରିୟା

ଅଲିଭା ଗୋପନ ଭାବ

ଭାବି ଭାବି ମନ ଉନ୍ମାଦନା ଧରି

ଚିତ୍ତେ ନିତି ନବ ନବ ।


ଆବେଗ ଓ ଆଶା ଜାଗୃତି ଭରଷା

ଜାଗି ଉଠେ ମରମ ରେ

ଅନାବିଳ ସ୍ନେହ ଶ୍ରଦ୍ଧା ପ୍ରେମ ପ୍ରୀତି

ଢାଳି ଦିଏ ମୋ ଅନ୍ତରେ ।


ଯୋଗାଇ ଶାନ୍ତିର ସୁରଭି ସମ୍ଭାର

ଆମୋଦିତ କରେ ହିଆ

ଅନୁପମ ଦିବ୍ୟ ଚେତନା ପୁଲକେ

 ପୂର୍ଣ୍ଣ ହୁଏ ମନ ଆହା ।


କେତେ ମଧୁ ଝରା ସପନ ସମ୍ଭାର

କଳନା କରି ନ ହୁଏ 

ଭାବ ନିବିଡତା ନିତି ନିତି ଆସି

ମନେ ମୋର ନେସି ଦିଏ ।


ହସ ରସ , ଭାସ , ମଧୁର ମୂର୍ଚ୍ଛନା

ଭରି କରାଏ ଉନ୍ମନ। 

ଚଳପାଙ୍ଗି ତୁମ ଚଞ୍ଚଳ ଚାହାଣି

ମନ ପ୍ରାଣ ଓ ଚେତନା ।


 ଉଲ୍ଲାସିତ କରେ ନବ ରୋମାଞ୍ଚ ରେ

ପ୍ରୀତି ମୟ ଭାବ ବହି

ଚିନ୍ତା କରୁ ଥାଇ ପ୍ରୀତି ସ୍ରୋତ ଝରା

ସୁଦିବ୍ୟ ଆହ୍ଲ।ଦ ଦାୟୀ ।


ଆଶା , ଆଶ୍ୱାସନା , ସପନ ଚେତନା

ଜାଗ୍ରତ କରାଏ ନିତ୍ୟ

 ତୁମ କଥା ଭାରି ମନେ ପଡେ ପ୍ରିୟା

ମନେ ମୋର ଅବି ରତ ।



Rate this content
Log in

Similar oriya poem from Abstract