STORYMIRROR

Pramodini Parichha

Romance

4  

Pramodini Parichha

Romance

ମନ କାଗଜ

ମନ କାଗଜ

1 min
250

ଯା ଯାରେ ଉଡ଼ି ଉଡ଼ିଯା

 ମନ କାଗଜ ଉଡ଼ି ଯା

କହିବୁ ଯାଇ ମୋ ପ୍ରିୟା ପାଶେ

ଆଉ ଘଡ଼ିଏ ରହିଯା ।

ଯା ଯାରେ ଉଡ଼ି ଉଡ଼ିଯା


ଆସୁଛି ତୋର ରାଜ କୁମାର

ସିନ୍ଥିରେ ଦେବ ନାଲି ସିନ୍ଦୂର

ହେବୁଲୋ ତାର ଭାରିଯା

ଯା ଯାରେ ଉଡ଼ି ଉଡ଼ି ଯା


ପାଟ ଓଢଣୀ ମୁଣ୍ଡରେ ଦେଇ

ବସିଥା ଗୋରୀ ସଜେଇ ହୋଇ

ମନରେ ଅଛି ଯେତେ ଭାବନା

ତାକୁ ତୁ ଏବେ ଭୁଲିଯା

ଯା ଯାରେ ଉଡ଼ି ଉଡ଼ିଯା ।



ସାଥେ ଆଣିବ ବର ଯାତିରି

ବାଜିବ ବାଜା ଯୋଡ଼ି ମହୁରୀ

ଏବେଠୁ ମନ ଝୁମିଯା

ଯା ଯାରେ ଉଡ଼ି ଉଡ଼ିଯା ।


ମିଛ ନୁହେଁଲୋ ସତ କାହାଣୀ

ଆସିବ ରାଜା ହେବୁ ତା ରାଣୀ

ରାଗି ଯାଆନା ହଳଦୀ ମୁହିଁ 

କଥା ପଦେ ତୁ ଶୁଣିଯା

ଯା ଯାରେ ଉଡ଼ି ଉଡ଼ିଯା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance