STORYMIRROR

Hemanta kumar Sahoo

Romance Inspirational

4  

Hemanta kumar Sahoo

Romance Inspirational

"ମୋ ମନ ବୁଝୁନି"

"ମୋ ମନ ବୁଝୁନି"

1 min
281


ମନ ମୋ ବୁଝୁନି ଦେଖି ମୁଁ ପାରୁନି 

ତୋ କଳା ମୁଖକୁ ଥରେ 

ଥରେ ତୋ ଡୋରିରେ ଟାଣି ନେ ମୋତେ 

ଅନ୍ତର ଭରିବ ମୋରେ ।


ଯେତେ ଦୁଃଖ କଷ୍ଟ ଦେଇଛୁ କାଳିଆ 

ସବୁ ନେଲି ଶିର ପାତି

କହ କେଉଁ ଦିନ ଅଭିଯୋଗ ମୁହିଁ

କରିଛି କି ତୋର କତି ?


କାହିକି ଜାଣିଛୁ !ମୋ ବିବେକ ମୋତେ

ସଦା ଦେଉଅଛି ବାଧା 

ତୋ ପରି ଦୟାଳୁ କାହୁଁ ପାଇବିରେ 

ସହେ ପଛେ ଦୁଃଖ ସଦା !


ଦେଇଛୁ ସୁନ୍ଦର ପୃଥିବୀରେ ଧନ

ସବୁ ତ ଅଛି ତା ଠେଇଁ

ହାତ ଗୋଡ଼ ମୋତେ ଦେଇଅଛୁ ପରା 

ଖଟିକି ଖାଇବି ମୁହିଁ !


ବୃକ୍ଷ ତରୁଲତା ପାହାଡ଼ ଝରଣା 

ସବୁ ତ ଆମରି ପାଇଁ 

ବିବେକ ଖଟାଇ କର୍ମ କରିଗଲେ 

ଉପାସେ ରହିବି ନାହିଁ !


ତୋ ନାମକୁ ଯେବେ ତୁଣ୍ଡେ ଧରିଥିବି 

ବିପଦ କ'ଣ କରିବ 

ଆଗେ ପଡିଗଲେ ତୋର ନାମ ଶୁଣି 

ଦୂରରେ ଘୁଞ୍ଚି ବସିବ ।


ତୁହି ଦିବା ନିଶି ଅଗତିର ଗତି 

ତୁହି ପରା ଜଗତ୍ କର୍ତ୍ତା 

ତୋ ବିନୁ ସଂସାରେ ସବୁ ତ ଅସାର 

ତୁହି ଲୀଳାମୟ ଦାତା ।


ଇଂରାଜୀ ମାସ ନବବର୍ଷ ଆସିଛି 

ସାହା ହେବୁ ହେ ଠାକୁର 

କିଛି ଲେଡା ନାହିଁ ମୋର ନିଜ ପାଇଁ

ଖାଲି,ଦେଖିବି ରଙ୍ଗା ଅଧର 

ଦେଖିଵି ରଙ୍ଗା ଅଧର 

ଦେଖିବି ରଙ୍ଗା ଅଧର ।


Rate this content
Log in

Similar oriya poem from Romance