STORYMIRROR

LALIT MOHAN DASH

Abstract Romance Inspirational

4  

LALIT MOHAN DASH

Abstract Romance Inspirational

ହେ ମାତା ବୀଣାପାଣି

ହେ ମାତା ବୀଣାପାଣି

1 min
253

ହେ ମାତା ବୀଣାପାଣି

ହେ ମାତା ହଂସ ବାହିନୀ

ତୁ ସ୍ୱରର ଜନନୀ

ତୁ ବିଦ୍ୟା ପ୍ରଦାୟିନୀ ।


ତୋ ପାଇଁ ଜଗତ ହୁଏ ବୁଦ୍ଧିମନ୍ତ 

ଥାଉ ତୋ କରୁଣା ତୋ ବେନିହସ୍ତ ।


କୃପାମୟୀ ତୁ ଲୋ କରୁଣାମୟୀ

ତୋ ଦୟା ହେଲେ ମୂର୍ଖ ହୁଏ ବୁଦ୍ଧିମାନୀ ।


ହେ ମାତା ହେ ମାତା ହେ ମାତା ହେ ମାତା

ହେ ମାତା ବୀଣାପାଣି

ହେ ମାତା ହଂସବାହିନୀ

ତୁ ସ୍ବରର ଜନନୀ

ତୁ ବିଦ୍ୟା ପ୍ରଦାୟିନୀ

(ଅନ୍ତରା )

ସ୍ୱରରୁ ଝରେ ତୋ ସଂଗୀତ ମୂର୍ଚ୍ଛନା

ତାସଙ୍ଗେ ବାଜିଲେ ତୋ ବୀଣା ବାଜଣା


କୋକିଳ କଣ୍ଠୀ ମା ପାଇ ତୋ କରୁଣା

ବିଶ୍ୱରେ ବୁଲାନ୍ତି କେତେ ଖ୍ୟାତିନାମା


ତୋ ପାଇଁ ମୁରୁଖ ହୁଏ ଯେ ପଣ୍ଡିତ

ତୋ ବିଦ୍ୟା ବଳେ ଲୋ ଜିଣେ ସେ ଜଗତ 


ବିଦ୍ୟାଦାତ୍ରୀ ମାଆ ତୁ ଭଗବତୀ

ତୁ ବିଶ୍ୱ ବନ୍ଦିତା ହେ ଭବାନୀ


ହେ ମାତା ହେ ମାତା ହେ ମାତା ହେ ମାତା

ହେ ମାତା ବୀଣାପାଣି

ହେ ମାତା ହଂସବାହିନୀ

ତୁ ସ୍ୱରର ଜନନୀ

ତୁ ବିଦ୍ୟା ପ୍ରଦାୟିନୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract