STORYMIRROR

LALIT MOHAN DASH

Abstract Romance Inspirational

4  

LALIT MOHAN DASH

Abstract Romance Inspirational

ଜଗନ୍ନାଥ ଧାମ

ଜଗନ୍ନାଥ ଧାମ

1 min
237

 ବଡ଼ଦାଣ୍ତ ଧୂଳି ମଥାରେ ମୁଁ ବୋଳି

ଅରୁଣ ସ୍ତମ୍ବ ଛୁଇଁବି

ସିଂହଦ୍ବାର ଠାରେ ପତିତ ପାବନ

ଆଗେ ଦର୍ଶନ କରିବି॥

ବାଇଶି ପାହାଚେ ପାଦ ଦେଉ ଦେଉ

ଗଡିଯିବି ଅାନନ୍ଦରେ

କାଶୀବିଶ୍ବନାଥେ ଦୁଃଖ ଜଣାଇବି

ତୃତୀୟ ପାହାଚଠାରେ॥

ଗରୁଡ ସ୍ତମ୍ଭକୁ କୁଣ୍ତାଇ ଆନନ୍ଦେ

ଦେଖୁଥିବି ଚକାଡୋଳା ।

ରତ୍ନ ସିଂହାସନେ ବସି ନିରନ୍ତର

ଲଗାନ୍ତି ସଂସାର ଲୀଳା ॥

କଳ୍ପବଟ ଡାଳେ ମାନସିକ କରି

ଗୋଡିଟିଏ ବନ୍ଧିଦେଇ

ବଟ ଗଣେଶଙ୍କୁ ଭକ୍ତିରେ ଡାକିବି

ବିଘ୍ନ ବିନାଶନ ପାଇଁ॥

ମୁକ୍ତି ମଣ୍ତପରେ ମୁଣ୍ତିଅାଟେ ମାରି

ଯିବି ବିମଳା ମନ୍ଦିର

ଲକ୍ଷ୍ମୀ ମନ୍ଦିରରେ ଦୀପଟିଏ ଜାଳି

ଜଣାଇବି ଦୁଃଖ ମୋର॥

ଆନନ୍ଦ ବଜାରେ ଭକତଙ୍କ ଭିଡ

ଶ୍ରୀମହାପ୍ରସାଦ ପାଇଁ

ଯେତେ ଖାଉଥିଲେ କାଳିଅା ଦୟାରେ

ନିଅଣ୍ଟ ହୁଅଇ ନାହି

ମହୋଦଧି କୂଳ ନିତି କୋଳାହଳ

ମନେ ବିଷାଦ ନ ଥାଇ

ନୀଳଚକ୍ରେ ନେତ ଉଡେ ଫରଫର

ପତିତ ଉଦ୍ଧାର ପାଇଁ॥

ପ୍ରାର୍ଥନା ଏତିକି ଜଗତ ଠାକୁର

ଜୀବନର ମୄତ୍ୟୁ ପରେ

ଏ ମର ଶରୀର ଜଳିଯିବ ସତେ

ପବିତ୍ର ସ୍ବର୍ଗଦ୍ବାରରେ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract