STORYMIRROR

LALIT MOHAN DASH

Abstract Romance Inspirational

4  

LALIT MOHAN DASH

Abstract Romance Inspirational

ପରିବେଶ ଆମର ଗର୍ବ

ପରିବେଶ ଆମର ଗର୍ବ

1 min
316


ପରିବେଶ ଗର୍ବ ଆମର ଭାଇହେ

ଜୀବନର ଖୁସି ତହିଁରୁ ଭାଇହେ।

ଗଛ ସୁନ୍ଦରତା ମନ ମହୁ ଥାଏ,

ପୃଥିବୀ ସବୁଜ ନିତି ଦିଶୁ ଥାଏ।

ପରିବେଶ ଗର୍ବ..........


ବିଷାକ୍ତ ଗ୍ୟାସର କରେଟି ଶୋଷଣ,

ଦିଏଟି ଦୂରେଇ ପରା ଅମ୍ଳଜାନ।

ବାୟୁ ସୁଗନ୍ଧିତ ବୁହେ ଘନ ଘନ,

ସ୍ବାସ୍ଥ୍ୟ ରଖି ଥାଏ ମନୁଷ୍ୟ ଜୀବନ।

ପରିବେଶ ଗର୍ବ.............


ପାହାଡ ଶିଖର ଦିଶେ ଅନୁପମା,

କରୁଥାଏ ରକ୍ଷା ନାହିଁତା ଉପମା।

ରକ୍ଷା କରୁଥାଏ ଝଡ଼ ଓ ତୁଫାନୁ,

ହୁଏ ବର୍ଷା ଯହିଁ ତାହାରି କାରଣୁ।

ପରିବେଶ ଗର୍ବ............


କଳକଳ ନାଦେ ନଦୀ ପ୍ରବାହିତ,

ଜଳସେଚନ ଟି କରେ ଟି କ୍ଷେତ।

ଏହାର ଉତ୍ପତ୍ତି ପାହାଡର ସ୍ରୋତ,

ଭାଇ ବଢୁଥାଏ ଜଳରହେ ସ୍ରୋତ।

ପରିବେଶ ଗର୍ବ...............


ସୂରୁଜ ଭାଇହେ ଦିଏ ଟି ପ୍ରକାଶ,

ଘରେ ଘରେ ଭାଇ ଆଣେଟି ପ୍ରକାଶ।

ଗଛକୁ ଦିଏ ଟି ଭୋଜନ ସୂରୁଜ,

ହୁଏ ଟି ତହିଁରୁ ଭାଇହେ ସବୁଜ।

ପରିବେଶ ଗର୍ବ...............


ମାଟିକୁ ଦେଖହେ ଅଟେ ଯାଦୁକର,

ଦେଉ ଥାଏ ଅନ୍ନ ସେହୁ ନିରନ୍ତର।

ଏଥିରେ ଯେଉଁହେ ଅନ୍ନ ବଣୁଥିବ,

କେତେ ଗୁଣା ତହୁଁ ଅନ୍ନକୁ ପାଇବ।

ପରିବେଶ ଗର୍ବ..........


ଆସ ଆସ ଭାଇ ବନ୍ଧୁ ଓ କୁଟୁମ୍ବ,

ସୁରକ୍ଷା ରଖିବା ପରିବେଶ ଆମ।

ଥିଲେ ସୁରକ୍ଷିତ ଗଛ ପତ୍ର ଆମ,

ସମୃଦ୍ଧି ହେବଟି ରାଷ୍ଟ୍ରଟି ଏ ଆମ

ପରିବେଶ ଗର୍ବ..............।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract