STORYMIRROR

Barsha Swain

Romance Others

4  

Barsha Swain

Romance Others

ଆନମନା

ଆନମନା

1 min
323

ଏକି ଆଲୋଡନ ଭରେ ଏ ନୟନ

ବିସ୍ମୟ ବିଭୋର ହୋଇ 

ସବୁ ନୀରବତା ଭାଙ୍ଗିଯାଏ ଆଜି

ତୁମ କମନୀୟ ଛବିକୁ ଚାହିଁ।। 


ମହ୍ଲାର ମହ୍ଲାର ମେଘ ଯେ ଅଟକି

ନୀଳ ପର୍ବତ ଶିଖର ଛୁଏଁ 

ଲକ୍ଷେ ଶ୍ରାବଣର ଧାରା ଯେ ବରଷି 

ବୈଶାଖ ତାତିକୁ ଧୁଏ। 


ନିଶ୍ଚଳ ମେରୁକୁ ଆଚମ୍ବିତ କର

ଯାଦୁଗର ତୁମେ ସାର

ନଦେଖିବାର ବାହାନା ଭିତରେ

ନୟନକୁ ମୋର ଘାର। 


ଖୁସିର ପ୍ଲାବନେ ସ୍ମୃତିର ଦହନେ

ଲିଭୁଥାଏ ଜଳୁଥାଏ ନିତି

ସନ୍ତର୍ପଣ ମନେ ଶଙ୍କା ନୟନେ

ନ ଚାହେଁ ମୁଁ ତୁମ କତି। 


ଭୁଲ୍ କି ଠିକ୍ ର ହିସାବ ନରଖି

ସମର୍ପିତା ପ୍ରେୟସୀ ସାଜିଲି

ସମାଜର ନିୟମାନୁଯାୟୀ 

ନିଜ ପାଦେ ଶିକୁଳି ବାନ୍ଧିଲି। 


ତଥାପି ପାରେନା ମୁଁ ନିଜକୁ ରୋଧି

ବନ୍ଦ କୋଠରୀରେ ଅଣନିଃଶ୍ବାସୀ ଆଜି

ଛବି ତୁମ କଥାକୁହା ଯାଦୁଇ ଶବଦ

ଉଚ୍ଚାରିତ ହେବାକ୍ଷଣି ହୃଦୟକୁ କରେ ଯେ ଆଘାତ।


କାହିଁ ଆସ ବାରମ୍ବାର ତୁମେ ଏ ମନେ

କି ଦାରୁଣ ଯନ୍ତ୍ରଣା ଦେବାକୁ

ପ୍ରତିକ୍ଷଣେ ମୋତେ ମୋ ନିଜଠୁ ଦୂରେଇ

ସ୍ୱପ୍ନର ସହର ନେବାକୁ। 


ଛଳନା ଭରା ଏ ଦୁନିଆ ଦାଣ୍ଡରେ 

ଲୋକହସା ମୁଁ ପାଗଳିନି 

ଦୂରତା ଦୂରତା ଚିତ୍କାରି ଚିତ୍କାରି 

ତୁମ ଛବି ନିକଟକୁ ଧାଉଁଛି। 


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance