STORYMIRROR

LALIT MOHAN DASH

Abstract Romance Inspirational

4  

LALIT MOHAN DASH

Abstract Romance Inspirational

ଆଉଥରେ ଫେରିଆସ

ଆଉଥରେ ଫେରିଆସ

1 min
370


    ଓଡ଼ିଶା ମାଟିର ସୁଯୋଗ୍ଯ ସନ୍ତାନ 

       ନେତାଜୀ ସୁବାଷ ଆମ

   ଇତିହାସେ ଆଜି ଲିଖିତ ହୋଇଛି

       ସ୍ଵର୍ଣ୍ଣାକ୍ଷରେ ତମ ନାମ। 

   ନେତାଜୀ ହେ ତମେ ଏ ଧରାଧାମକୁ 

       ଆଉଥରେ ଫେରିଆସ 

   ଦେଖିଯାଅ ଆସି ପ୍ରକୃତ ସ୍ଵାଧୀନ 

       ହରାଇ ବସିଛି ଦେଶ।

    ଇଂରେଜ ଶାସନ ଅବସାନ କରି

       ଦେଶକୁ ସ୍ବାଧୀନ ଦେଇ 

    ସବୁରି ମୁହଁରେ ଫୁଟାଇଲ ହସ

       ତ୍ରିରଙ୍ଗା ଦେଲ ଉଡ଼ାଇ।

   ସେଇ ଦେଶେ ଆଜି ଅନ୍ୟାୟ ଅନୀତି 

        ଅତ୍ୟାଚାର ଭ୍ରଷ୍ଟାଚାର 

    ବଢ଼ି ବଢ଼ି ଚାଲେ ରୋକି ହୁଏନାହିଁ 

        ସର୍ବେ ଏଠି ସ୍ୱାର୍ଥପର। 

    ପ୍ରତ୍ୟକ୍ଷେ ନହେଲେ ପରୋକ୍ଷରେ 

       ପୁଞ୍ଜିପତିଙ୍କ ଶାସନ ଚାଲେ

    ଆଇନର ଦ୍ବାହି ଦେଇ ରାଜ ନେତା 

        ସୁରକ୍ଷା ଦିଅନ୍ତି ଭଲେ।

    ତୁଣ୍ଡ ଖୋଲିଗଲେ ମୁଣ୍ଡ ଗଡ଼େ ଏଠି

        ସୁରକ୍ଷିତ ନୁହେଁ ନର

    ଆଶା ଆଶଙ୍କାରେ ଦିନ ବିତେ ପୁଣି

         ଉଜୁଡ଼ି ଯାଏ କା' ଘର।

      ଭାରତ ମାତାର ଗର୍ବ ଗଉରବ

        ହେ ବୀର ସୁବାଷ ବୋଷ 

     ଦେଶର ଦୁର୍ଦ୍ଦିନ ସମୟରେ ତମେ

       ଆଉଥରେ ଫେରିଆସ ।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract