STORYMIRROR

LALIT MOHAN DASH

Abstract Romance Inspirational

4  

LALIT MOHAN DASH

Abstract Romance Inspirational

କଅଁଳ ଖରା

କଅଁଳ ଖରା

1 min
341

ଶୀତୁଆ ସକାଳେ ଉଏଁ ଯେ ସୂରୁଜ

ବିଛାଇ କଅଁଳ ଖରା

ଘାସ ଗାଲିଚାରେ କାକର ଟୋପାରେ

ଝଲସି ଉଠଇ ଧରା।

ରକ୍ତିମ ଆଭାରେ ଧରଣୀ ଶୋଭଇ

ଦୃଶ୍ୟ ଅଟେ ମନଲୋଭା

କୋମଳିତ ଫୁଲ ପାଖୁଡା ଉପରେ

ଶିଶିର ଦିଶଇ ତୋଫା।।

କଅଁଳ ଖରାର ଉଷୁମ ପରଷେ

ତନୁ ମନ ହୁଏ ତୃପ୍ତ

ଭଳି ଭଳି ଫୁଲ ରଙ୍ଗେ ରଙ୍ଗାଇ ତ

ଉଲ୍ଲାସେ ଯେ ପ୍ରସ୍ଫୁଟିତ।।

ସୁନା ଝରା ସତେ ସୁନେଲି ସକାଳ

ମନେ ଭରେ ଉନ୍ନାଦନା

ଦେଇଯାଏ ମନେ ନୂତନ ଭାବନା

ଅଳସ ଭାଙ୍ଗେ କାମନା।।

ଶୀତ ସକାଳରେ ଥୁରୁଥୁରୁ ଦେହ

ଖୋଜଇ କଅଁଳ ଖରା

କଅଁଳ କିରଣ କ୍ଷତରେ ମଲମ

ଉପସମ କରେ ପରା।।

ଭାରି ନିଆରା ଏ କଅଁଳ ଖରା

ଦେହକୁ ଅଟଇ ହିତ

କଅଁଳ ଶିଶୁର କଅଁଳ ଦେହରେ

କଅଁଳ ଖରା ଅମୃତ।।

ମାଦକତା ପ୍ରାଣେ ଖେଳେ ଉନ୍ମେଷଣ

ପଡିଲେ କଅଁଳ ଖରା

ଭିଟାମିନ୍ ଡି ରହିଥାଏ ପୁରି

ବିଜ୍ଞାନ ଦୃଷ୍ଟିରୁ ପରା।।

ପୂରୁବ ଦିଗରେ ଉଇଁଲେ ଭାସ୍କର

ଆନନ୍ଦ ଉଷୁମ ସ୍ପର୍ଶେ

ଜଗତଟା ସାରା କରନ୍ତି ଅପେକ୍ଷା

ଉତ୍ତାପ ପାଇବା ଆସେ।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract