ଜୀବନ ଗପ ଲେଖିଲି ବସି ହୋଇଲା ଉପନ୍ୟାସ
ଜୀବନ ଗପ ଲେଖିଲି ବସି ହୋଇଲା ଉପନ୍ୟାସ


ଜୀବନ ଗପ ଲେଖିଲି ବସି ହୋଇଲା ଉପନ୍ୟାସ
ହସର କେତେ ଚରିତ୍ର ଆସି
ଲୁହରେ ମୋତେ ତିନ୍ତାଇ ବେଶି
କରିଲେ ଉପହାସ
ଜୀବନ ଗପ ଲେଖିଲି ବସି
ହୋଇଲା ଉପନ୍ୟାସ । ୦ ।
ଉପନ୍ୟାସର ବିଷୟ ବସ୍ତୁ ଖୋରାକ ହେଲି ନିଜେ
ଦୋଷ ନ ଥାଇ ଦୋଷୀରେ ଗଣା ନଜର ପଡ଼େ ସଜେ
ପୁଣ୍ୟର ଜଣେ ମଣିଷ ନୁହେଁ ପାପର କ୍ରୀତଦାସ
ଜୀବନ ଗପ ଲେଖିଲି ବସି
ହୋଇଲା ଉପନ୍ୟାସ । ୧ ।
ଆଲୋକ ଟିକେ ପାଇଲା ମାତ୍ରେ ଭିତିରି ଖୋଲେ ପୃଷ୍ଠା
ବିଶ୍ବାସ ନୁହେଁ ସନ୍ଦେହ ଘୃଣା ହରାଏ ମୁଁଯେ ନିଷ୍ଠା
ଉପନ୍ୟାସର ନାୟକ ଭାବେ ଅଯୋଗ୍ୟ ଅବସୋସ
ଭାଗ୍ୟର ହାତେ ଲେଖକଗିରି ନିନ୍ଦାର ଅବଶେଷ
ଜୀବନ ଗପ ଲେଖିଲି ବସି
ହୋଇଲା ଉପନ୍ୟାସ । ୨ ।