STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଜୀବନ ଦର୍ଶନ

ଜୀବନ ଦର୍ଶନ

1 min
368

,,,,,,,,,,,,,,,,,,,,,,,,,, ଜୀବନ ଦର୍ଶନ ବୁଝିବାକୁ ହେଲେ ନିଜ ଠାରେ ଆସ୍ଥା ରଖ ଗଢ଼ିବା ରେ ମନ ବଳାଇ ପାରିଲେ ସୁଜ୍ଞାନୀ ହୁଏ ମୂରୁଖ। ଭାଙ୍ଗିବା ସହଜ ଗଢ଼ିବା ଯେ କଷ୍ଟ ଏ କଥାକୁ ରଖି ଧ୍ୟାନ ସଂସାର ଯାତ୍ରାରେ ଗମୁ ଥିଲେ ନିତି ସାହା ହେବେ ନାରାୟଣ। ଗଢିବାରେ ଥାଏ କେତେ ଲହୁ ଲୁହ ଦିନ ରାତି ଯାଏ ବିତି ଭାଙ୍ଗିବା ସହଜ ବୁଝିବକି ସିଏ ଗଢିବାର କରାମତି? ଗଢିବାରେ ଥାଏ ଵିଭୁଙ୍କ ଆଶିଷ ଭାଙ୍ଗିବା ଦିଏନି ଶାନ୍ତି ଏହି ଚେତନାରେ ମଣ୍ଡିତ ହୋଇଲେ ଭାବନାରେ ଆସେ କ୍ରାନ୍ତି। ନିଜ ବିଶ୍ୱାସକୁ ଦୃଢ଼ି ଭୂତ କରି ଡାକ ହୃଦୟ ମନ୍ଦିରେ ନିଶ୍ଚୟ ଆସିବେ କାଳିଆ ସାଆନ୍ତ ପ୍ରତି ହୃଦୟ ର ଦ୍ୱାରେ।


Rate this content
Log in

Similar oriya poem from Action