ଝୁଲଣ ରେ ମୋ ଗୋବିନ୍ଦ
ଝୁଲଣ ରେ ମୋ ଗୋବିନ୍ଦ


ଗୋପ ପୁରେ ତୁମେ ଯେବେଆସିଥିଲ
ଦୁଃଖ ହରି ଥିଲ ସବୁ ଗୋପୀଙ୍କ ର
ଝୁଲଣ ରେ ଆଜି ବସିଛ ଠାକୁରେ
ଦୁଃଖ ହରିବ କି ମୋ ପରି ଦୁଃଖୀର ।
ସୁଖକୁ କେବେ ଚାହିଁ ନାହିଁ ମୁହିଁ
ତୁମ ବିନା ଆଉ କିଛି ଚାହିଁ ନାହିଁ
ଦୁଃଖ ନ ଚାହିଁଲେ ବି ଦୁଃଖ କୁ ପାଏ
ତଥାପି ଭରସା ତୁମ ପାଖେ ଥାଏ ।
ବନ୍ଦୀ ଗୃହେ ଯେବେ ନେଲ ଅବତାର
ବନ୍ଧନ ଖୋଲିଲା ବସୁଦେବଙ୍କର
ସବୁ ଦୁଃଖ ଭୋଗେ ମୋର ଏ ଶରୀର
ଦୁଃଖ କଷ୍ଟ ରୁ କରିବ କି ପାର ।
ଯେତେ ଦିନ ମୁହିଁ ସଂସାରରେ ଥିବି
ତୁମ ନାମ ନୀତି ତୁଣ୍ଡ ରେ ଜପିବି
ତୁମ ବିନା ଆଉ କେହି ନୁହେଁ ମୋର
ଯାହା ମୁଁ ପାଇଛି ସବୁ ତ ତୁମର ।
ମାନ ରଖିଥିଲ ତୁମେ ସୁଦାମା ର
ଖୁଦ ଭଜା ଖାଇ କଲ ଆପଣାର
ତୁମେ ଦୀନବାନ୍ଧବ ସବୁ ଦୁଃଖୀଙ୍କର
କରୁଣା କରିବ କି ଦୁଃଖ ହେବ ଦୂର ।।