STORYMIRROR

Banasmita Panda

Fantasy

4  

Banasmita Panda

Fantasy

ଜହ୍ନରାତି

ଜହ୍ନରାତି

1 min
260


ହଁ ପ୍ରତିଟି ଜହ୍ନରାତି ଆଣିଦିଏ 

ତୁମ ପ୍ରତାରଣା ର ଅତୀତ 

ଶେଫାଳିର ମଧୁଭରା ମହକ 

ବିଛୁରିତ ହେଇ ଉଠେ 

ମହକି ଉଠେ ଧାରାପୃଷ୍ଠ ପ୍ରେମରେ 

ତଥାପି ମୁଁ ଚାତକ ସଦୃଶ ବସିଥାଏ 

ତୁମ ଅପେକ୍ଷାରେ 

ଆକର୍ଷଣ ଭରି ଉଠେ ପ୍ରତିଟି ତନ ମନରେ 

ଯେପରି ସେ ନିରୀହ କଇଁ ଚାହିଁ ବସିଛି 

କାହୁଁ ଯୁଗ ଯୁଗ ରୁ ସେ ପ୍ରେମିକ ଜହ୍ନ ପାଇଁ 

କଣ ମିଳିଛି..... ଗଣିତ ଖାତା ଧରି ହିସାବ କଲେ 

ମିଳେ ଅୟୁତ ଅୟୁତ ଅପେକ୍ଷାର ଘଡି 

ପୂର୍ଣମୀ ର ଜହ୍ନ ଖୁଵ ଚମକି ଉଠେ 

ସେ ପ୍ରିୟାର ଡାକରେ 

ଠିକ ତୁମ ସହ ମୋର ପ୍ରଥମ ଦେଖା ସଦୃଶ 

ଜଗତ ସାରା ପ୍ରେମୀ ଯୁଗଳଙ୍କ ହୃଦୟ ନାଚିଉଠେ 

ଭରିଦିଏ ଅନେକ ସ୍ବପ୍ନ 

ସେ କଇଁର ମଧ୍ୟ୍ୟ ଇଚ୍ଛା ହୂଏ 

ଥରୁଟେ ସ୍ପର୍ଶି ପାରନ୍ତା ତା ପ୍ରିୟକୁ 

କିନ୍ତୁ ବିଡମ୍ବନା ତା ପାଇଁ ଏ ପ୍ରେମ ଖାଲି ଦୂରେ 

ସବୁଦିନ ଆସୁଥିବ ଏ ଜହ୍ନରାତି 

ଭରିଦେଉଥିବ ଅନେକ ପ୍ରୀତି କିନ୍ତୁ 

ପାଖେ ନଥିବ ପ୍ରିୟ 

ହଁ ଯେପରି ତୁମେ ମୋ ଠାରୁ ଅନେକ ଦୂରେ 

ଠିକ ସେ ଅମାବାସ୍ୟାର ରାତ୍ରୀ ପରି 

ମୁଁ ଖୋଜେ 

ହଁ ଖୋଜେ ତୁମ ଅସ୍ତିତ୍ବ 

ଛାତିରେ ମାଡ଼ିବସେ ସେ ପୁରୁଣା ସ୍ମୃତି 

ଖୋଜେ ସେ ଜହ୍ନ ଭିତରେ 

ଉଣ୍ଡାଳି ଉଠେ ପୁରା ଜହ୍ନ 

କହିଥିଲ ଯିବା ପୂର୍ବେ 

ରହିବି ସବୁଦିନ ତୁମ ପାଇଁ ସେ ଜହ୍ନ ଭିତରେ 

ପ୍ରତିଟି ଜହ୍ନରାତି ହେବ ଆମ ମିଳନ ରାତି. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy