ଜହ୍ନର ମିଛ ସୋହାଗ
ଜହ୍ନର ମିଛ ସୋହାଗ
କାହାର କି ଦରକାର ଅଛି
ମୋତେ ଫେରାଇ ଦେବ
ମୋ ହଜିଯାଇଥିବା ଅତୀତ
କାହାର ବା କି ଦରକାର
ଆଖିକୁ ଫେରାଇ ଦେବ
ମୋ ଲୁହର ଅଥଳ ସାଗର
ହୃଦୟରୁ ନିଗିଡି ଯାଇଥିବା
ତାଜା ଲାଲ ଲାଲ ରକ୍ତ
କିଏ ସେ ଫେରାଇ ଦେବ
କାହାର ବା କି ଦରକାର ?
ଆଖି ବନ୍ଦ କଲେ ତ
ଚତୁର୍ଦ୍ଦିଗେ ଘନ ଅନ୍ଧକାର
ଆଖିଖୋଲି କାହିଁକି ଦେଖିବି
ଆଲୁଅର କୋଳାହଳ
ମୁଁ ଭାବୁଛି ଅନ୍ଧ ହେବା ଭଲ I
ଟିକିଏ ଆଲୁଅ ଖୋଜୁ ଖୋଜୁ
ଜହ୍ନ ତ ଖସି ପଡିଲା ହାତ ପାପୁଲିରେ
ମୋ ଆଗରେ ଜୋଛନାର ଭିଡ
ଆଖିତଳେ ସ୍ୱପ୍ନର ମହଲ
ମୁଁ କିନ୍ତୁ ନିରବ ନିର୍ବାକ
ମୋ ହାତ ପାହାନ୍ତାରେ
ଜହ୍ନର ସୋହାଗ I
