STORYMIRROR

Bijay Prusty

Fantasy

4  

Bijay Prusty

Fantasy

ଜହ୍ନର ମିଛ ସୋହାଗ

ଜହ୍ନର ମିଛ ସୋହାଗ

1 min
422


କାହାର କି ଦରକାର ଅଛି

ମୋତେ ଫେରାଇ ଦେବ

ମୋ ହଜିଯାଇଥିବା ଅତୀତ

କାହାର ବା କି ଦରକାର

ଆଖିକୁ ଫେରାଇ ଦେବ

ମୋ ଲୁହର ଅଥଳ ସାଗର

ହୃଦୟରୁ ନିଗିଡି ଯାଇଥିବା

ତାଜା ଲାଲ ଲାଲ ରକ୍ତ

କିଏ ସେ ଫେରାଇ ଦେବ

କାହାର ବା କି ଦରକାର ? 

ଆଖି ବନ୍ଦ କଲେ ତ 

ଚତୁର୍ଦ୍ଦିଗେ ଘନ ଅନ୍ଧକାର

ଆଖିଖୋଲି କାହିଁକି ଦେଖିବି

ଆଲୁଅର କୋଳାହଳ

ମୁଁ ଭାବୁଛି ଅନ୍ଧ ହେବା ଭଲ I

ଟିକିଏ ଆଲୁଅ ଖୋଜୁ ଖୋଜୁ

ଜହ୍ନ ତ ଖସି ପଡିଲା ହାତ ପାପୁଲିରେ

ମୋ ଆଗରେ ଜୋଛନାର ଭିଡ

ଆଖିତଳେ ସ୍ୱପ୍ନର ମହଲ

ମୁଁ କିନ୍ତୁ ନିରବ ନିର୍ବାକ

ମୋ ହାତ ପାହାନ୍ତାରେ 

ଜହ୍ନର ସୋହାଗ I

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy