STORYMIRROR

Maitreyee Kamila

Fantasy

2  

Maitreyee Kamila

Fantasy

ଜହ୍ନ ର ଠିକଣା

ଜହ୍ନ ର ଠିକଣା

1 min
138


ଖୋଜୁଥିଲି ମାଟି

ଆକାଶ ଆଉ ଆକାଶର ସେଇ ଜହ୍ନକୁ

ପୋଲ ତଳେ ସେ ବସ୍ତି ର 

ଭୁଗୋଳରେ।

ଭୋକ ଲାଗି ମେଲି ଥିବା

ମାଆ ର ଛିଣ୍ଡା ପଣତକାନିରେ।

ପୁଣି ଦିନେ ପୂର୍ଣ୍ଣମୀ ରେ ଯୋଗୀ ର ଏକତାରା ଭିତରେ।


କେତେବେଳେ କଣା ଚାଳ ରୁ

ପୁଣି କେବେ ନଡ଼ିଆ ଗଛ ଫାଙ୍କ ରୁ

ଆମ ଗାଁ ବିଲ ସରିବା ଯାଏ


ଦିନେ ଜହ୍ନ ଥିଲା 

ମୁଁ ଥିଲି

ଆଉ ଥିଲା ଆମ ହାତ ପାପୁଲିର ରେଖା

ସମୟ ଟା ଧୀରେ ଧୀରେ 

ଅପ ସରି ଗଲା 

କେଉଁ ଏକ ଅଛିଣ୍ଡା ଗଣିତ ପରି।


କିଛି ପ୍ରଶ୍ନ ଲୁହ ରେ ଭିଜୁଥିଲା ଝରକା ସେପଟେ।

ଆଉ କିଛି ଛଡେଇଲା ନିଜ କୁ ନିଜ ଠୁ

ରାତି ସରିବା ଯାଏଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy