STORYMIRROR

SARATA KUMAR DAS

Fantasy Others

3  

SARATA KUMAR DAS

Fantasy Others

ଜହ୍ନ ଓ ମୋ ନୀରବତା

ଜହ୍ନ ଓ ମୋ ନୀରବତା

1 min
13.2K


ସେଦିନ କାହିଁକି ଜହ୍ନକୁ

ପାଖରୁ ଦେଖୁଥିଲି ମୁଁ

ଲାଗୁଥିଲା ମୋତେ ଯେମିତି

ଦେଖି ନଥିଲି କେଉଁ ଅନନ୍ତ କାଳରୁ

ସ୍ରୋତସ୍ଵିନୀ ଉଛୁଳା ନଦୀଟିଏ ଭଳି

ଅଜାଡି ପଡୁଥିଲା ମୋ ଉପରେ

ମହଣ ମହଣ ଶୀତଳ ଜୋଛନା

ନୀରବତା ଢେଉ ଭାଙ୍ଗୁଥିଲା

ଝିଙ୍କାରୀର ଝିଁ ଝିଁ ଶବ୍ଦ ଭିତରେ ;

ମୋ ଘରର ରେଲିଂ ଦେଇ ଧସେଇ ପଶୁଥିଲା

ମୁଠା ମୁଠା ନିଃସଙ୍ଗତା

ରାତିର ବୟସଟା ବଢି ଚାଲିଥିଲା

କୋଳାହଳର ଏରୁଣ୍ଡି ବନ୍ଧ ଦେଇ ।।

ସହରର ନାଲି ନେଳି ଆଲୋକ ମାଳା

ଥକି ପଡିଥିଲା ବୋଧହୁଏ ,

କାଁ ଭାଁ ମଟର ଗାଡିଗୁଡିକ

ପଇଁତରା ମାରୁଥିଲା ରାସ୍ତାର ଏପଟେ ସେପଟେ ;

ଶୂନ୍ୟତାର ଚାରି କାନ୍ଥ ମଧ୍ୟରେ

ତଥାପି ମୁଁ ଚାହଁ ରହିଥିଲି

ଜହ୍ନକୁ ମୋ ଝରକାର ଫାଙ୍କ ଦେଇ

ଏତେ ସୁନ୍ଦର ଢଳ ଢଳ ରୂପର ଲାବଣ୍ୟ

ନା ଅଛି ଇର୍ଷା ନା ଅଛି ଅହଙ୍କାର

ନା ଅଛି ପରଶ୍ରିକାତରତାର ନଗ୍ନ ପ୍ରତିବିମ୍ବ

ନିର୍ଲିପ୍ତ ଅଚଳ, ନିଶ୍ଚଳ, ଶୋଭାର ଆଧାର

ପୁଣ୍ୟତୋୟା , ଅପରୂପା ,ଧ୍ୟାନମଗ୍ନ

ପୁଣି ଅପହଂଚ ଓ ନିର୍ବାକ ।।

ଉଦାସ ପଣ ଏମିତି ମୋତେ ଢାଙ୍କି ଦେଇଥିଲା ଯେ

ବାକ୍ ଶୂନ୍ୟ ହେଉ ଯାଉଥିଲି ମୁଁ

ନୀରବତାର ନିଷ୍ଠୁର ଆହ୍ଵାନ କବଳିତ କରୁଥିଲା

ଚୌହଦୀ ମୋ ଶୂନ୍ ଶାନ ନିଛାଟିଆ

ପୁଣି ଥରେ ଜହ୍ନକୁ ଚାହିଁଲି

ଜହ୍ନ ହସୁଥିଲା ନିରୋଳାରେ

ଠିକ୍ ଆଗରୁ ଯେମିତି

କେଉଁ ଏକ ଆଦିମ କାଳରୁ

ବୋଧହୁଏ ସୃଷ୍ଟିର ପ୍ରାରମ୍ଭରୁ,

ଆୟତ୍ତରେ ନଥିଲି ମୁଁ

ଇର୍ଷାରେ ଜଳିଯାଉଥିଲି ଶୁଖିଲା ପତ୍ରଟିଏ ଭଳି

ପଚାରିଲି ଖୁବ୍ ସଂଜତରେ ନିଜକୁ ମୁଁ

ସତରେ କ'ଣ ଜହ୍ନର କିଛି ଦୁଃଖ ନାହିଁ ?

ଜହ୍ନ କ'ଣ ସତରେ ନିଷ୍କଳଙ୍କ ଓ ନିର୍ଲିପ୍ତ ?

ଲାଜେଇ ଯାଇଥିଲି ମୁଁ ମୋ ପ୍ରଶ୍ନ ବାଣରେ

ଝାଉଁଳି ଯାଇଥିଲି ମୁଁ ମୋ ନିର୍ବୋଧତାରେ

କିଏ କହିଲା ଜହ୍ନର କଳଙ୍କ ନାହିଁ ବୋଲି ?

ରାତି ସମ୍ପୂର୍ଣ୍ଣ ନୀରବି ଯାଇଥିଲା ସନ୍ତର୍ପଣରେ,

ଆଖି ମୋର ବନ୍ଦ ହୋଇ ଯାଉଥିଲା

ଧିକାର କରୁଥିଲି ନିଜକୁ

ତଥାପି ସେମିତି ଜହ୍ନ ହସୁଥିଲା ଆକାଶ ଛାତିରେ

କିରିକିରି ଅବୋଧ ଶିଶୁଟିଏ ଭଳି

ଜହ୍ନର ଶୀତଳ ଆଲୋକରେ ମୁଁ

ସ୍ପଷ୍ଟ ଦେଖିପାରୁଥିଲି ମୋ ନୀରବତାକୁ ।।

-----------------

ଅଧ୍ୟାପକ ଶରତ କୁମାର ଦାସ

ରାଜନୀତି ବିଜ୍ଞାନ ବିଭାଗ ,

ବଡବିଲ ମହାବିଦ୍ୟାଳୟ, ବଡବିଲ।


Rate this content
Log in

Similar oriya poem from Fantasy