ଜଗତ ଜନନୀ
ଜଗତ ଜନନୀ
ଆସିଅଛ ଏହି ନୀରୋଳା ମନରେ
ଥରେ ନୁହେଁ କେତେଥର ମାଆ
ଯେତେଥର ଆସ ଦୂରେଇ ଦେଇଛ
ବିଷାଦର ଘନ ଘୋର ଛାୟା
ସଦା ରହିଅଛ ପାଶେ ପାଶେ ମୋର
ତୁମରି ପଣତ ହେଉ ସାହା
ଆସିଅଛ ।
ମୁହିଁ ଅଂକିଚନ ଭ୍ରମୁଆଛି ଖାଲି
ବିପିନ ,ତଟିନୀ ଏଣେତେଣେ
ଖୋଜୁଅଛି ମାୟାମୃଗ ପ୍ରାୟେ ହୋଇ
ରହିଅଛ ମୋର ହୃଦ କୋଣେ
ଆଶ୍ରିତ ମୁଁ ମାଆ ତୁମରି ଚରଣେ
ଛିଣ୍ଡ ସଂସାରର ମୋହ ମାୟା
ଆସିଅଛ ।
ସଂସାର ସୁଖ ମୁଁ ଯାହାକୁ ବରିଛି
ସେ ସବୁ ଛାଡିଲେ ଅଧା ବାଟେ
ଭିଜା ନୟନରେ ପଛକୁ ଚାହିଁଲି
ବଢାଇଛ ମାଆ ହାତ ମୋତେ
ଭିଜୁ ଏ ନୟନ ତୁମରି ପ୍ରେମରେ
ଜୀବନ-ଝଡକୁ ଡର କିଆଁ
ଆସିଅଛ ।
