STORYMIRROR

ZYOTSNA PATRAW

Tragedy

3  

ZYOTSNA PATRAW

Tragedy

ଜେଜେ ମାଆ

ଜେଜେ ମାଆ

1 min
495


ଜେଜେ ମାଆ ମୋର କୁଆଡେ ଯାଇଛ 

ଆସ ତୁମ ଘର ଫେରି 

ଶୁଣିବି ତୁମଠୁ ନାନା ବାୟା ଗୀତ 

ଗପ କଥା ଭଳି ଭଳି 


ମାଆ କହୁଥିଲା ତୁମେ ତ କୁଆଡେ 

ଯାଇଛ କୁଣିଆ ଘର 

ବରଷ ବରଷ ଅପେକ୍ଷା କରି ମୁଁ 

ହେଲାଣି ବାର ବର୍ଷ ର 


ଚାରି ବୟସରେ ତୁମରି ସାଙ୍ଗରେ 

ଖେଳୁଥିଲି କେତେ ଖେଳ 

ତୁମେ ଗଲା ଦିନୁ ମୋ ମନ ନିରସ

ଆଖିରେ ଲୋତକ ଜଳ 


ତୁମେକାଳେ କେବେ ଆସିଯିବ ବୋଲି

ଚାହିଁ ଥାଏ ଝରକାରେ 

ପ୍ରତି ସଞ୍ଜବେଳେ ତୁମରି କାହାଣି 

ମନେ ମନେ ମୁଁ ଯେ ଝୁରେ 


ଦିନ ସାରା ମୋର ନିର୍ଜନେ ବିତୁଛି 

ମାଆ ବାପା ଗଲା ପରେ 

ତମେ ଆସନ୍ତକି ମୋ ପାଖକୁ ଥରେ

ରହନ୍ତି ମନ ଖୁସିରେ


ମୋ ମନ କଥାକୁ ବୁଝିବା ପାଇଁ କି 

ସମୟ ନାହିଁ କା ପାଖେ 

ତମେ ଥିଲେ ମୁଁ ଯେ ଖୁସିରେ ଥାନ୍ତି 

ଖେଳି ବୁଲି ତୁମ ସାଥେ 


ଦିନେ ମୁଁ ଶୁଣିଲି ତମେ ତ କୁଆଡେ 

ଘରୁ ହୋଇ ଅଛ ତଡା 

କୁଣିଆ ଘରକୁ ଯାଇ ନାହଁ ତୁମେ 

ପଡ଼ିଛ ରହି ଅଲୋଡ଼ା 


ପଡି ଅଛ ରହି ଵୃଦ୍ଧାଶ୍ରମେ ତୁମେ 

କହିଲେ ପଡିଶା ଘର 

କହିଲି ବାପାଙ୍କୁ ଚାଲ ଯିବା ଆମେ 

ଆଣିବା ମାଆକୁ ମୋର 


ମୋ ଠାରୁ ଶକତି ପାଇ ସତେ ଅବା 

ଆସିଲେ ପାଖକୁ ଧାଇଁ 

ମାଆ କଲା ତାଙ୍କୁ ଅନେକ ଆକଟ 

ବସିଗଲେ ଚୁପ ହୋଇ 


ବହୁ ବୁଝି କରି ଲୁଚି ଛପି ଆଜି 

ଆସିଛି ତୁମ ପାଖକୁ 

ରଖ ମୋତେ ତୁମେ ତୁମରି ପାଖରେ 

ନ ଯିବି ଆଉ ଘରକୁ 


ମୋତେ ଖୋଜିଖୋଜି ମା ଯେ ଆସିବ

ନେବା ପାଇଁ ତାର ପାଶେ 

ଜାଣି ନାହଁ ବୋଲି ମଣିଷ ପଣିଆ 

କହିବି ତାହାକୁ ରୋଷେ

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy