STORYMIRROR

Lipi Sahoo

Tragedy

3  

Lipi Sahoo

Tragedy

ଜାରଜ

ଜାରଜ

1 min
221

ମାଟି ପାଣି ପବନରୁ ଗଢ଼ା

ମୋ ପଞ୍ଚତତ୍ତ୍ୱର ଶରୀର

ଠିକ୍ ଯେମିତି ତୁମ ମାନଙ୍କର


ମୋର ବି ଅଛି ଏକ

ପ୍ରାଣାନ୍ତକ ସଂଘର୍ଷମୟ ଗାଥା

ମାତୃଗର୍ଭରୁ ଧରାବତରଣ ଯାତ୍ରାର


ହେଲେ ମୋ ଜନ୍ମ ପଛରେ

ଥିଲା ଅନେକ ପ୍ରଶ୍ନବାଚୀ 

ଅଭିଶପ୍ତ ବାଲ୍ୟ ମୋର , ଭରା ତଚ୍ଛଲ୍ୟରେ


ଖୁବ୍ କଣ୍ଟକିତ ଗନ୍ତବ୍ୟ ପଥ ମୋର

ତା'ଠାରୁ କରୁଣମୟ ଥିଲା

ମା'ର ବାତ୍ସଲ୍ୟ ମମତା


ବହ୍ନିବଳୟ ଭିତରେ କରେ ସଦା ବାସ

ଅଗ୍ନିସ୍ନାନ କରୁଥାଏ ପ୍ରତିଟି ମୁହୂର୍ତ୍ତ

ଉତ୍ତପ୍ତ ଅମୃତ କରିଛି ମୁଁ ପାନ 


ଯୁଦ୍ଧ୍ୟଂ ଦେହି ଯୁଦ୍ଧ୍ୟଂ ଦେହି

ଯେମିତି ଥିଲା ତା'ର ଡାକରା

ସମସ୍ତ ନାରୀଙ୍କ ଠାରୁ ସେ ନିଆରା


ହରାଇ ଥିଲି ମୁଁ

ମୋର ବାଲ୍ୟ ଚପଳତା

ଶୈଶବର ସ୍ମୃତି କେବଳ ଏକ ତାଳିପକା ଛତା


ବିସ୍ତୃତ ରାଜପଥରେ

ଏଣେତେଣେ ଉଡିବୁଲେ ମମତାର କାଗଜ ଫୁଲ

ଧାଇଁ ଯାଏ ଗୋଟେଇ ବାକୁ ପୁଞ୍ଜେ


ଧକ୍କା ଖାଇ ଫେରିଆସେ

ଅବାଞ୍ଛିତ ଘୃଣା ମିଶା ଦରଦ ଭରା

ଅନେକ ଆଖିର ଭାଷାରେ


ଯୌବନରେ ହରାଇ ନିଜ ଆତ୍ମପ୍ରତ୍ୟୟ

ଖୋଜି ବୁଲେ ନିଜ ପରିଚୟ

ମଲାଜହ୍ନର ଫିକିଫିକା ଆଲୁଅରେ


 କଳା ଆକାଶ ଆବୋରି ବସେ ମୋ ପଥ

 ବିକ୍ଷିପ୍ତ ଉଦାସ ତାରା ମାନେ କୁହନ୍ତି

 ତତ୍ ତ୍ୱଂ ଆସି , ତତ୍ ତ୍ୱଂ ଅସି ।

 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy