ଇଛା ନାଇଁ ମରେ
ଇଛା ନାଇଁ ମରେ


ଇଛା ନାଇଁ ମରେ
ଗୁଲାମ ହେବା ପଛେ କାହାର ଘରେ
ପେଟ ଭରି ସପନ ପୁରା କରବା ତକ
ଛନ୍ଦ କପଟର ବୋଝ ବୁହିବା ପଛେ
କେବେ ନମକ ହାରାମ ନାଇଁ ହୁଏ
ଭୋକ୍ ନୁ ଜିତବାର ତାକତ ଥିବା ତକ
ଫେର ବି ଇଛା ନାଇଁ ମରେ !
ଇଛା ନାଇଁ ମରେ
ଉଡ଼ି ନାଇଁ ପାରଲେ ମନ ଦୁଃଖ ନାଇନ
ଆକାଶେ ଚେରେ କେ ଦେଖି କରି ଜିଁବା
ସକାଳୁ ବେଳ ବୁଡ଼େ ସପନ ପୁରା କରବା
ଯେ ଜାଣା କହେଲେ ବି ଘମଣ୍ଡ ନାଇଁ କରେ
ସାହାରା ମାଗବା ପଛେ କେନ ବାଟ ଦୁଆରେ
ହେଲେ ଇଛା କେବେ ନାଇଁ ମରେ !
ଇଛା ନାଇଁ ମରେ
କେନ୍ତା ଆଗକେ ବଢି଼ ପାରସନ ଯେ ଲୋକ
ଗରୀବ ଲୁକର ଗୋଡ଼ ଘିଚି ଟଁଟି ଚିପି କରି
ମୁନୁଷ ଅ ତମେ କେନ୍ତା ଖୁସି ହେଇପାରବ
ମୁଠେ ଖାନା ନି ପାଉଥିବା ଭୁଖା ପେଟ ଦେଖି
ଚାପି ହେଉ ଥିବା ପଛେ ଉଠବା କେ ନାଇ ଛାଡ଼େ
ହେଲେ ଜିତବା ଲାଗି ଇଛା ନାଇଁ ମରେ !