Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Fantasy

5.0  

Minakshi Samal

Fantasy

ଇଛା ହୁଏ

ଇଛା ହୁଏ

1 min
146



ଇଛା ହୁଏ

ମନପବନ ଘୋଡାରେ ଚଢି

ଯାଆନ୍ତି ଉଡି କେଉଁ ଅଜଣା ରାଇଜକୁ

ସମସ୍ତ ମାୟାଜାଲରୁ ମୁକୁଳାଇ ନିଜକୁ

ମୁକ୍ତିର ଫଲ୍ଗୁଧାରାରେ ନିଜକୁ ମାଖି

ଅସରନ୍ତି ପଥର ଯାତ୍ରୀ ହେବାକୁ।


ବାଧା ବନ୍ଧନର ବେଡିକୁ ଭାଙ୍ଗି

ନୀତି ନିୟମର ଶୃଙ୍ଖଳ ଛିଣ୍ଡାଇ

ଅମାନିଆ ମନ ଆଜି

ମୁକ୍ତ ବିହଙ୍ଗ ସମ

ଅଗ୍ରଗାମୀ ଆଗକୁ ଆଗକୁ

ମାୟାର ଇନ୍ଦ୍ରଜାଲରେ ବନ୍ଦୀ

ଛଟପଟ ଆତ୍ମାଟି

ଚାହେଁ ଆଜି ମୁକ୍ତିର ସ୍ବାଦ।


ଇଛାହୁଏ

ସ୍ବପ୍ନର ଅତଳ ଗର୍ଭରେ 

ନିଜକୁ ହଜାଇ

ପାଇବାକୁ ନୈସର୍ଗିକ ଶାନ୍ତି

ଆକଟ କଟକଣାକୁ କ୍ରୁଶବିଦ୍ଧ କରି

ଚାଲିଯିବାକୁ ଇଛାହୁଏ

ଦୂରକୁ ଏବଂ ଦୂରକୁ

ସ୍ବାଧୀନ ଏକ ନିଷିଦ୍ଧ ଇଲାକାକୁ।



Rate this content
Log in

Similar oriya poem from Fantasy