STORYMIRROR

Minakshi Samal

Inspirational Children

3  

Minakshi Samal

Inspirational Children

ପିତା ମାତା

ପିତା ମାତା

1 min
338


ଜନ୍ମଦାତା ପିତା ,ଜନନୀ ମାଆ ପ୍ରିୟ ସବୁରି

ଆଉ କେହି ଏ ଦୁନିଆଁରେ ନାହିଁ ତାଙ୍କରି ସରି।

ଦୁଃଖ କଷ୍ଟ ଭାର ମୁଣ୍ଡରେ ନିଜ ଥାଆନ୍ତି ବୋହି

ସଦା ଯୋଗାନ୍ତି ସନ୍ତାନ ମାନଙ୍କୁ ସ୍ନେହର ଛାଇ।

ଭିନ୍ନ ପ୍ରକାର ଅଳି ଅର୍ଦ୍ଦଳି ପୂରଣ କରନ୍ତି 

ସେଥିପାଇଁ କରିଥାଆନ୍ତି ଚେଷ୍ଟା ଯତ୍ପରୋନାସ୍ତି।

ସେନେହ ଆଦରେ କେବେବି କରନ୍ତି ନାହିଁ ଊଣା

ଶତଚେଷ୍ଟା କରି ପାରୁନା ଆମେ ତାର ଭରଣା।

ଆକଟ କରି ଆମକୁ ପାଠ ଓ ଶାଠ ଶିଖାନ୍ତି 

ଝଡଝଞ୍ଜାକୁ ପାରି କରିବାର ପନ୍ଥା ବତାନ୍ତି ।

ସୁସ୍ବାଦୁ ଯେତକ ଦରବ ଦ୍ୟନ୍ତି ଆମ ମୁଖରେ

ଆମ ଖୁସି ଦେଖି ଖୁସିରେ ତାଙ୍କରି ପେଟ ଭରେ।

ରୋଗ ବଇରାଗ ହୋଇଲେ ହଜେ ତାଙ୍କରି ନିଦ

ରାତ୍ରି ଜାଗି ସେବା କରନ୍ତି ଢାଳି ନିଜର ସ୍ବେଦ।

ଆମ ସ୍ବପ୍ନ ସାକାର କରିବାକୁ ଥା'ନ୍ତି ତତ୍ପର

ଜଳାଞ୍ଜଳି ଦେଇଦିଅନ୍ତି ଯେତେ ସୁଖ ନିଜର।

ସଫଳତା ଜୀବନେ ଯେବେ ମିଳେ ଆମମାନଙ୍କୁ

ପ୍ରଣାମ କରନ୍ତି ଦୁହେଁ ଯେ ଜଗତର ନାଥଙ୍କୁ।

ତାଙ୍କ ପୁଣ୍ୟବଳେ ମିଳଇ ସବୁ ଖୁସି ଆମକୁ

ତାଙ୍କ ଓଠେ ହସ ଭରିବା ପୂର୍ଣ୍ଣ କରି ଇଛାକୁ।

ଆଶୀର୍ବାଦ ତାଙ୍କ ଆମପାଇଁ କବଚ କୁଣ୍ଡଳ 

ସୁକୃତ ତାଙ୍କର ବରଷେ ହୋଇ ପୁଣ୍ୟର ଫଳ।

ସ୍ବୟଂ ଭଗବାନଙ୍କ ଚଳନ୍ତି ପ୍ରତିମା ଅଟନ୍ତି

ତାଙ୍କ ସେବାଯତ୍ନ କରି ପାଇବା ଅପାର ଶାନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational