ଇଚ୍ଛା
ଇଚ୍ଛା


ଭିଜିବାକୁ ଇଚ୍ଛା
ତୁମ ସେଇ ସ୍ବପ୍ନିଳ ଆଖିର
ନିଦୁଆ ଚାହାଣୀ ରେ
ପୁଣି ଥରେ ନିଜକୁ
ଭିଜେଇ ଦବାକୁ ଇଚ୍ଛା ।
ହଜିିବାକୁ ଇଚ୍ଛା
ତୁମ ଆଖିର ପ୍ରତିଟି ପଲକରେ
ଟୁପ୍ ଟାପ୍ ବର୍ଷା ଟୋପା ଭଳି
ମୁହୂର୍ତ୍ତକେ ମିଳେଇ ଯାଇ
ପୁଣି ଥରେ ନିଜକୁ
ହଜେଇ ଦବାକୁ ଇଚ୍ଛା ।
ଲୁଚିବାକୁ ଇଚ୍ଛା
ଉଦିତ ସୂର୍ଯ୍ୟର କିରଣରେ
ତାରକା ଆଲୋକ ସମ
ତୁମ ବାହୁ ବନ୍ଧନରେ
ଅଚିିନ୍ତ ରେ ନିଜକୁ
ଲୁଚେଇ ଦବାକୁ ଇଚ୍ଛା ।
ରହିବାକୁ ଇଚ୍ଛା
ନାଲି କୁଙ୍କୁମ ନାଲି ଓଢଣୀରେ
ନୂଆବୋହୂ ବେଶ ହେଇ
ହୃଦୟରେ ହୃଦୟକୁ ଛନ୍ଦି
ପ୍ରତି ପାଦ ତୁମ ସାଥୀ ରେ
ସାଥୀ ଟିିଏ କରି ନିିିଜକୁ
ତୁମ ସାଥେ ରହିବାକୁ ଇଚ୍ଛା ।