Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aparajita Sarangi

Abstract Tragedy Classics

3  

Aparajita Sarangi

Abstract Tragedy Classics

ଇଚ୍ଛା ର ବୁଦବୁଦ

ଇଚ୍ଛା ର ବୁଦବୁଦ

1 min
127


କୁଦିବାର ପ୍ରଗାଢ଼ ଇଚ୍ଛା ନେଇ

କୁଦିଯାଏ, ଏମୁଣ୍ଡ ରୁ ସେମୁଣ୍ଡ

ସ୍ୱପ୍ନ ର ସର୍ପିଳ ରାସ୍ତାରେ ଭୁଲିଯାଏ

ଭାବନା ର ଆଦି ଅବା ଅନ୍ତ

ଧାଇଁଚାଲେ ଗଳି ପଶି ଛୁଇଁବାକୁ

ସ୍ୱପ୍ନ ଚୁନା ଚୁନା

ଭୁଲିଯାଏ ଅଟେ ଏହା

ଅବାସ୍ତବତାର ମୃଗତୃଷ୍ଣl ll

ଆକାଶ ରୁ ପାତାଳ ଯାଏଁ

ଅତିକ୍ରମ କରିଚାଲେ ପଥ ପରେ ପଥ

ସାଧନା ଯେ ପୂର୍ଣ୍ଣ ନିରବଛିନ୍ନ

କରିବାକୁ ଅଭିଳାଷ ପୂର୍ଣ୍ଣ

ବିଧିର ବିଧାନ କେ କରିବ ଆନ

ଭାବନାର ଜାଲରେ ବୁଣା ଏକ

ଦରଛିଣ୍ଡା ବୁଢିଆଣୀ ଜାଲ

ଜାବୁଡ଼ି ଧରେ ଅବଶ ପାଦ ଦ୍ୱୟ

ଛନ୍ଦି ଦେଇ ଅଖଞ୍ଜିଆ କରି ଭିଡ଼ିଧରେ

ବୁଲିପଡି ଦେଖେ କରିଛି ଅତିକ୍ରମ

କେତେ ଅବା ଅବିଛିନ୍ନ ବାଟ ll

ଗୋଦରା କୋଡେ ଯେତେ ମାଡ଼େ ସେତେ

ଥିଲି ଯହିଁ ଅଛି ଆଜି ସେଠି

କାହିଁ ଗଲା ଫଳ ସାଧନା ର

ପୃଥିବୀଟା ଯେ ପୁରାପୁରି ଗୋଲ

ସତେତ ଜୀବନ ସାରା

ଦଉଡିବାର ଅବାନ୍ତର ପ୍ରୟାସ

ଲାଗେ ଅଲଣା ମୂଲ୍ୟହୀନ

ରହିଯାଏ ଏକଦମ ଖାଲି,

ହାତ ଆଉ ଇଚ୍ଛା ହୃଦୟର

ଲମ୍ବା ଏହି ଜୀବନ ର କୁଦ

ଯାଏ ହଜି ସମୟ ବାଲୁରେ

ଭାସୁଥାଏ ଇଚ୍ଛା ର ବୁଦବୁଦ ll



Rate this content
Log in

Similar oriya poem from Abstract